ଛାତ୍ରଛାତ୍ରୀଙ୍କୁ ମାଗଣାରେ Laptop ଦେଉଛନ୍ତି କି କେନ୍ଦ୍ର ସରକାର? ଜାଣନ୍ତୁ ଏହି ଭାଇରାଲ ମେସେଜର ସତ୍ୟତା

ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସରକାର ମାଗଣାରେ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି Laptop, ଜାଣନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟସଆପରେ ଏକ ମେସେଜ ଘୂରି ବୁଲୁଛି ଯେଉଁଥିରେ ଦାବି କରାଯାଉଛି ଯେ, କେନ୍ଦ୍ର ସରକାର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଲାପଟପ୍ ପ୍ରଦାନ କରୁଛନ୍ତି। କିନ୍ତୁ, ଯେତେବେଳେ ଏହାର ଯାଞ୍ଚ କରାଗଲା, ସତ ଅନ୍ୟ କିଛି ଜଣାପଡ଼ିଲା।

କଣ ଦାବି କରାଯାଉଛି?
ହ୍ୱାଟସଆପରେ ଏକ ମେସେଜ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ, କେନ୍ଦ୍ର ସରକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲାପଟପ୍ ପ୍ରଦାନ କରୁଛନ୍ତି।

ହ୍ୱାଟସଆପ୍ ମେସେଜରେ ଲେଖାଯାଇଛି, “ଭାରତ ସରକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲାପଟପ୍ ଦେଇ ଶିକ୍ଷାର ଡିଜିଟାଲାଇଜେସନ୍କୁ ପ୍ରୋତ୍ସାହିତ କରୁଛନ୍ତି।

ତେଣୁ ଯଦି ଆପଣ ଭାରତ ସରକାରଙ୍କ ମାଗଣା ଲାପଟପ୍ ଅଧୀନରେ ମାଗଣା ଲାପଟପ୍ ପାଇବାକୁ ଚାହାଁନ୍ତି, ତେବେ ଆପଣ https://[email protected] /IndiaFreeLaptop-413 ଅଫିସିଆଲ୍ ସାଇଟ୍ ଭିଜିଟ କରି ଯୋଗ୍ୟତା ଯାଞ୍ଚ କରିପାରିବେ।”

ଯାଞ୍ଚରୁ ଜଣାପଡିଲା: PIB ହ୍ୱାଟସଆପରେ ଭାଇରାଲ୍ ହେଉଥିବା ମେସେଜର ଏକ ଯାଞ୍ଚ କରିଛି। ପିଆଇବି ଦ୍ୱାରା କରାଯାଇଥିବା ଯାଞ୍ଚରୁ ଜଣାପଡିଛି ଯେ, ହ୍ୱାଟସଆପରେ ପ୍ରସାରିତ ହେଉଥିବା ମେସେଜଟି ନକଲି ଏବଂ ଏହାର URL ଫେକ୍। ହ୍ୱାଟସଆପରେ ଭାଇରାଲ୍ ମେସେଜ୍ ସମ୍ପୂର୍ଣ୍ଣ ନକଲି ଏବଂ ସରକାର ମାଗଣା ଲାପଟପ୍ ଦେଉନାହିଁ।

ଲୋକଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ଏହି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ ଏବଂ ସର୍ବଦା ସରକାରୀ ସୂତ୍ରରୁ ସୂଚନା ନିଶ୍ଚିତ କରନ୍ତୁ! ଏପରି ପରିସ୍ଥିତିରେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏପରି ମିଥ୍ୟା ଏବଂ ଭ୍ରାମକ ସୂଚନା ପ୍ରତି ସର୍ବଦା ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।