fbpx

କେୱାଇସି ନିୟମ ପାଳନ ନକଲେ ନିଷ୍କ୍ରିୟ ହେବ ଖାତା, ନୂଆବର୍ଷରୁ ଆରମ୍ଭ ହେବ କାର୍ଯ୍ୟାନୁଷ୍ଠାନ

Advertisement

ନୂଆଦିଲ୍ଲୀ: ଆପଣଙ୍କ ବ୍ୟାଙ୍କ ଖାତା ନିଷ୍କ୍ରିୟ ହେଉ ବୋଲି ଚାଁହୁନଥିଲେ ସଠିକ ଭାବରେ ନିୟମ ପାଳନ କରନ୍ତୁ । କାରଣ ଯେଉଁ ଗ୍ରାହକ ମାନେ ନୋ ୟୋର୍ କଷ୍ଟମରକୁ ନେଇ ଯେଉଁ ନିୟମ ରହିଛି ତାହାକୁ ପାଳନ କରୁନାହାନ୍ତି ସେମାନଙ୍କ ଖାତାକୁ ବ୍ୟାଙ୍କ ନି‌ଷ୍କ୍ରିୟ କରିପାରିବେ । ବିଶେଷ କରି ନିଜର ପରିଚୟ ଓ ଠିକଣାର ପ୍ରମାଣପତ୍ରକୁ ଅପ୍‌ଡେଟ୍ କରିନଥିବା ଗ୍ରାହକମାନଙ୍କ ଖାତାକୁ ଅଚଳ କରାଯାଇପାରିବ । ବ୍ୟାଙ୍କ ସମେତ ଆର୍ଥିକ ସେବା ପ୍ରଦାନ କରୁଥିବା ଅନ୍ୟ ସଂସ୍ଥାଗୁଡ଼ିକ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରିପାରିବେ ।

ସୂଚନା ଯେ, ମନି ଲଣ୍ଡରିଂ ମାମଲା ରୋକିବା ଲାଗି ନୂଆ ବର୍ଷରୁ କେୱାଇସି ନିୟମ ପାଳନକୁ କଡାକଡି କରାଯିବ । କେୱାଇସି ନିୟମ ପାଳନ କରୁନଥିବା ଗ୍ରାହକଙ୍କ ଖାତାକୁ ଅଚଳ କରିବା ଲାଗି ରହିଥିବା ନିୟମ ୨୦୨୨ ଜାନୁଆରି ୧ରୁ ଲାଗୁ ହେବ । କେବଳ ବ୍ୟାଙ୍କ ନୁହେଁ ସମସ୍ତ ନିୟନ୍ତ୍ରିତ ସଂସ୍ଥା ଏହି ନିୟମ ପାଳନ କରୁଛନ୍ତି । ଫାଇନାନ୍ସ କଂପାନି, ମ୍ୟୁଚୁଆଲ୍‌ ଫଣ୍ଡ୍‌ ସଂସ୍ଥା, ବ୍ରୋକିଂ ହାଉସ୍‌ ଓ ଡିପୋଜିଟୋରିଗୁଡ଼ିକ ମଧ୍ୟ କେୱାଇସି ନିୟମ ପାଳନ କରୁଛନ୍ତି । ଚଳିତ ବର୍ଷ ମେ’ ମାସରେ କେୱାଇସି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବାର ଥିଲା। କିନ୍ତୁ, ସେହି ସମୟରେ ମହାମାରୀର ଦ୍ବିତୀୟ ଲହର ଶୀର୍ଷରେ ଥିବାରୁ ନିୟମ ଲାଗୁ କରିବାର ସମୟ ସୀମାକୁ ରିଜର୍ଭ ବ୍ୟାଙ୍କ ବଢ଼ାଇଥିଲେ।

Get real time updates directly on you device, subscribe now.