ବଜାରରେ ମିଳୁଛି ନକଲି ଆଲମଣ୍ଡ: କେମିତି ଜାଣିବେ କେଉଁଟି ଅସଲି..

ଶରୀର ପାଇଁ ସ୍ୱାସ୍ଥ୍ୟକର ଆଲମଣ୍ଡ । ‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍, ଆଇରନ୍, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ । ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ । ଏହଡାଇବେଟିସ୍,ତ୍ୱଚାରୁ ନେଇ ହାଡ଼ ଶକ୍ତ କରିଥାଏ । ହେଲେ ଏବେ ବଜାରରେ ନକଲି ‘ଅଲମଣ୍ଡ’ ମିଳୁଛି । ଏମିତିରେ କିଛି ସହଜ ପ୍ରକ୍ରିୟା ଯୋଗୁ ଏହାକୁ ଆପଣ ଚିହ୍ନି ପାରିବେ…

ନକଲି ‘ଆଲମଣ୍ଡ’ରେ କ’ଣ ମିଶା ଯାଉଛି
ନକଲି ‘ଆଲମଣ୍ଡ’ ପ୍ରସ୍ତୁତ କରିବା ଲାଗି ହାଇଡ୍ରୋଜେନ୍ ପେରୋକ୍ସାଇଡ୍ ଏବଂ ବ୍ଲିଚିଂ ଭଳି ହାନିକାରକ ରସାୟନିକ ପଦାର୍ଥ ବ୍ୟବହାର କରାଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଅସଲି ‘ଆଲମଣ୍ଡ’ ସେବନ ପେଟ ସମ୍ବନ୍ଧୀୟ ସମସ୍ୟା ଲାଗି ଲାଭଦାୟକ ହୋଇଥିବା ବେଳେ ନକଲି ‘ଆଲମଣ୍ଡ’ ପେଟ ଏବଂ ଯକୃତ ଲାଗି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

କ୍ୟାନ୍ସରର କାରଣ
ମିଶ୍ରିତ ‘ଆଲମଣ୍ଡ’ ସେବନ ଯୋଗୁ ଶରୀରରେ ବିଷାକ୍ତ ତତ୍ତ୍ୱ ବୃଦ୍ଧି ପାଇଥାଏ । ହର୍ମୋନ ସନ୍ତୁଳନ ବିଗିଡ଼ି ଯାଇଥାଏ । ଏହାଦ୍ୱାରା କ୍ୟାନ୍ସର ହେବାର ବିପଦ ବୃଦ୍ଧି ପାଇଥାଏ । ଏହା ବୃକକ୍? ଏବଂ ଯକୃତ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

ରଙ୍ଗ ଅସଲି ଏବଂ ନକଲି
‘ଆଲମଣ୍ଡ’ ରଙ୍ଗରେ ବହୁତ ଫରକ ଥାଏ । ଅସଲି ‘ଆଲମଣ୍ଡ’ ହାଲ୍କା ବାଦାମୀ ରଙ୍ଗର ହୋଇଥିବା ବେଳେ ନକଲି ‘ଆଲମଣ୍ଡ’ ଗାଢ଼ ବାଦାମୀ ରଙ୍ଗର ହୋଇଥାଏ ।

ପାଣି ବ୍ୟବହାର କରି ଜାଣନ୍ତୁ
ଏକ ଗ୍ଲାସ ପାଣିରେ କିଛି ‘ଆଲମଣ୍ଡ’ ପକାନ୍ତୁ । ଯଦି ଏହା କିଛି ସମୟ ପରେ ବୁଡ଼ି ଯାଏ ତେବେ ଏହା ଅସଲି । ନକଲି ‘ଆଲମଣ୍ଡ’ ପାଣିରେ ଭାସିଥାଏ ।

କାଗଜ ବ୍ୟବହାର କରି ବି ଜାଣିପାରିବେ
ଅସଲି ଏବଂ ନକଲି ‘ଆଲମଣ୍ଡ’କୁ ଚିହ୍ନିବା ଲାଗି କାଗଜ ବ୍ୟବହାର କରିପାରିବେ । ଏଥିଲାଗି କାଗଜରେ ବାଦାମକୁ ଗୁଡ଼ାଇ ଭାଙ୍ଗନ୍ତୁ । ଅସଲି ‘ଆଲମଣ୍ଡ’ ଥିଲେ ତା ଦେହରୁ ତେଲ ବାହାରିବ, ଯାହାକି କାଗଜରେ ନଜର ଆସିବ । ସେହିଭଳି ନକଲି ‘ଆଲମଣ୍ଡ’ରୁ ତେଲ ବାହାରିବ ନାହିଁ ।

ବାସ୍ନା ଏବଂ ସ୍ୱାଦ
ଅସଲି ‘ଆଲମଣ୍ଡ’କୁ ଭାଙ୍ଗି ସୁଙ୍ଘିଲେ ଭଲ ବାସ୍ନା ବାସିଥାଏ । ନକଲି‘ଆଲମଣ୍ଡ’ରୁ କିଛି ବାସ୍ନା ଆସି ନ ଥାଏ ନଚେତ ଖରାପ ବାସ୍ନା ଆସିଥାଏ । ଅସଲି ‘ଆଲମଣ୍ଡ’ ଖାଇବାକୁ ମିଠା ଲାଗୁଥିବା ବେଳେ ନକଲି ‘ଆଲମଣ୍ଡ’ ଖାଇବାକୁ କଷା ଲାଗିବ ।

ସବୁଠାରୁ ସହଜ ଉପାୟ
ଅସଲି ଏବଂ ନକଲି ‘ଆଲମଣ୍ଡ’ ଚିହ୍ନିବା ଲାଗି ସବୁଠାରୁ ସହଜ ଉପାୟ ହେଲା ଆପଣ ରାତିରେ ଗୋଟିଏ ଗିନା ପାଣିରେ ମୁଠାଏ ‘ଆଲମଣ୍ଡ’ ପକାନ୍ତୁ । ସକାଳୁ ପାଣିରୁ ବାହାର କରି ଏହାର ଚୋପାକୁ ବାହାର କରିଦିଅନ୍ତୁ । ପ୍ରାକୃତିକ ‘ଆଲମଣ୍ଡ’ର ଚୋପା ସହଜରେ ବାହାରି ଯାଇଥାଏ । ଧଳା ବାଦାମ ନଜର ଆସିବ । ଏହାପରେ ପାଣିର ରଙ୍ଗ ଦେଖନ୍ତୁ । ଯଦି ପାଣିର ରଙ୍ଗ ସଫା ତେବେ ‘ଆଲମଣ୍ଡ’ ଅସଲି । ନଚେତ ‘ଆଲମଣ୍ଡ’ରେ କେମିକାଲ ବ୍ୟବହାର କରାଯାଇଛି ।

Get real time updates directly on you device, subscribe now.