fbpx

ଫେକ୍ କଲ ସେଣ୍ଟରର ଖୁଲାସା: କୋଟି କୋଟି ଟଙ୍କାର ଘୋଟାଲା, ଗିରଫ ହେଲେ ୨୧ ଯୁବକ ଓ ଯୁବତୀ

ନୂଆଦିଲ୍ଲୀ, ୧୦ା୪: ଦିଲ୍ଲୀ ପୋଲିସ ଏକ ନକଲି କଲ ସେଣ୍ଟରର ଖୁଲାସା କରିଛି । ଏହି ଘୋଟାଲାର ଚେର ବିଦେଶକୁ ଲମ୍ବିଥିବା ଜଣାପଡ଼ିଛି । ପ୍ରାୟ ୮ କୋଟି ଟଙ୍କାର ଠକାମି ହୋଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଏହି ଠକାମିରେ ସାମିଲ ଥିବା ୧୮ ଜଣ ଯୁବକ ଓ ୩ ଜଣ ଯୁବତୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୩୮ଟି ମୋବାଇଲ ଜବତ କରାଯାଇଛି । ତେବେ ଫେରାର ହୋଇଯାଇଥିବା ୩ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ଜଣାପଡ଼ିଛି ।

ଅନଲାଇନ ସପିଂ କମ୍ପାନୀ ଆମାଜନରେ ଚାକିରି କରାଇଦେବାକୁ କହି ଏହି ସଂସ୍ଥା ଯୁବକ ଯୁବତୀଙ୍କୁ ଠକୁଥିଲା । ଶସ୍ତାରେ ସାମଗ୍ରୀ କିଣିବାର ଅଫର ଦେଇ ଲୋକଙ୍କୁ ଏମାନେ ପ୍ରତାରିତ କରୁଥିଲେ । ଆମାଜନ କମ୍ପାନୀ ନାମରେ ଏକ ନକଲି କମ୍ପାନୀ ଚାଲୁଥିବା ଖବର ପୋଲିସକୁ ମିଳିବା ପରେ ଚଢ଼ାଉ ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.