fbpx

ରସିକିଆ ଡାକ୍ତର ମାଟ୍ରିକ୍ ଫେଲ୍ ! ୧୭ ବିବାହ ପରେ ପୁଣି ବାହା ହେବାକୁ କରୁଥିଲା ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରସିକିଆ ନକଲି ଡାକ୍ତରଙ୍କ ଆହୁରି ଗୁମର ଖୋଲିବାରେ ଲାଗିଛି । ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ମାଟ୍ରିକ ବି ପାସ୍ କରିନଥିବା ସୂଚନରା ମିଳିଛି । ନକଲି ଡାକ୍ତର ମାଟ୍ରିକ ପାସ୍ କରିନଥିବା ସମ୍ପର୍କୀୟ କହିଛନ୍ତି । ଏସବୁ ଅଭିଯୋଗର ଯାଞ୍ଚ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ତେବେ ୧୭ ବିବାହ ପରେ ନକଲି ଡାକ୍ତର ପୁଣି ବାହା ହେବାକୁ ଯୋଜନା ଚଳାଇଥିବା ସୂଚନା ମିଳିଛି । ବାହାଘର ପାଇଁ ଅନେକ ମହିଳାଙ୍କ ସହ ଯୋଗାଯୋଗରେ ଥିବା ଜଣାପଡିଛି । ଲାଇଫ ସ୍ପାନ ନାଁରେ କଟକ ଓ ବଡ଼ମ୍ବାରେ ସଂପୃକ୍ତ ନକଲି ଡାକ୍ତର୍କ ୨ଟି କ୍ଲିନିକ ଅଛି । ଲାଇଫ ସ୍ପାନ୍ ଫ୍ରାଞ୍ଚଇଜକୁ ତଥ୍ୟ ମଗାଯାଇଛି । କେଉଁ ତଥ୍ୟ ଦେଇ ଲାଇସେନ୍ସ ଆଣିଥିଲା ତାର ଯାଞ୍ଚ ହେଉଛି । ଦୀର୍ଘ ମାସ ଧରି କର୍ମଚାରୀଙ୍କୁ ଦରମା ନେଇନଥିଲେ ନକଲି ଡାକ୍ତର । ଏହା ସହ ଜଣେ ଡାକ୍ତରଙ୍କ ପୁଅକୁ ଏମବିବିଏସ ସିଟ୍ ଦେବାକୁ ୬୦ ହଜାର ଟଙ୍କା ନେଇଥିଲେ । ଭୁବନେଶ୍ୱର ପାତ୍ରପଡ଼ାରେ ଗୋଟିଏ ଘର ଠାବ ହୋଇଥିବା ସୂଚନା ମିଳିଛି । କଟକ କ୍ଲିନିକ ପାଇଁ ଭୁଲ ତଥ୍ୟ ଦେଇ ଭଡା ନେଇଥିଲା । ନିୟୋଜିତ ଡାକ୍ତରଙ୍କୁ ଚେକ୍ ଦେଇ ସେ ଚିଟିଂ କରିଛି ।

ପୂର୍ବରୁ ୧୪ ଜଣ ମହିଳାଙ୍କୁ ବିବାହ କରିଥିବା ଜଣାପଡିଥିବା ବେଳେ ଏବେ ସ୍ତ୍ରୀ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ଛତିଶଗଡ଼, ଆସାମ ଓ ଓଡ଼ିଶାରୁ ଆଉ ୩ ପତ୍ନୀଙ୍କର ମିଳିଛି ସନ୍ଧାନ । ଗୌହାଟିର ଜଣେ ମହିଳାଙ୍କୁ ବିବାହ କରିଥିଲା ନକଲି ଡାକ୍ତର । ଏହା ସହିତ ଛତିଶଗଡ଼ର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ବି ବାହା ହୋଇଥିଲା । ସେହିପରି ଓଡ଼ିଶାର ବି ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ବିବାହ କରିଥିବା ସୂଚନା ମିଳିଛି । ନକଲି ଡାକ୍ତରର ବିବାହ ତାଲିକା ଆଗକୁ ଆହୁରି ଲମ୍ବିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.