ଭୁବନେଶ୍ବର: ଭୂତ ରାସନକାର୍ଡଧାରୀଙ୍କୁ ନେଇ ସରକାରଙ୍କ ତତ୍ପରତା । ଭୂତ ରାସନକାର୍ଡଧାରୀଙ୍କୁ ଧରିବେ ରାଜ୍ୟ ସରକାର । ବର୍ତ୍ତମାନ ଓଜିଶାରେ 40 ଲକ୍ଷ ଭୂତ ରାସନକାର୍ଡଧାରୀ ରହିଥିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର ସୂଚନା ଦେଇଛନ୍ତି । ପ୍ରତି ଜିଲ୍ଲାରେ ଲକ୍ଷେରୁ ଦେଢ ଲକ୍ଷ ଭୂତ ହିତାଧିକାରୀ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଇ କେଓ୍ବାସି ଜାରି ରହିଛି । ରାଜ୍ୟରେ ପ୍ରକୃତରେ କେତେ ଭୂତ ରାସନକାର୍ଡଧାରୀ ରହିଛନ୍ତି ତାହା ତଦନ୍ତ ପରେ ଜଣାପଡିବ । କିନ୍ତୁ ପ୍ରାରମ୍ଭିକ ତଦନ୍ତରେ 40 ଲକ୍ଷ ଭୂତ ରାସନକାର୍ଡଧାରୀ ରହିଥିବା ଜଣାପଡିଛି ।
ତେବେ ଭୂତ ରାସନକାର୍ଡଧାରୀଙ୍କ ଭଳି ମିଛ ଚାଷୀଙ୍କୁ ମଧ୍ୟ ଧରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ରାଜ୍ୟରେ କେତେ ପ୍ରକୃତ ଚାଷୀ ଅଛନ୍ତି ଜାଣିବାକୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ମିଛ ପଞ୍ଜିକରଣ କରି ଧାନ ବିକୁଥିବା ଚାଷୀଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ମନ୍ତ୍ରୀ କହିଛନ୍ତି । ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଛତା ଆଣିବାକୁ ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଜିକରଣ କରାଯିବ । ଭୂତ ରାସନକାର୍ଡଧାରୀଙ୍କ ଭଳି ମିଛ ଚାଷୀଙ୍କୁ ମଧ୍ୟ ଧକାଯିବ ବୋଲି ଯୋଗାଣମନ୍ତ୍ରୀ କହିଛନ୍ତି ।