ଜାଲିଆତି କରି ଧରାପଡ଼ିଲେ ପୋଲିସ ବାବୁଙ୍କ ସ୍ତ୍ରୀ, ଫେସବୁକରେ ବନ୍ଧୁତା କରି ମାଗୁଥିଲେ ଟଙ୍କା

ଭୁବନେଶ୍ୱର: ଅସଲି ପୋଲିସଙ୍କ ସ୍ତ୍ରୀ କରୁଥିଲେ ଠକେଇ । ଏ ନେଇ ରାଜଧାନୀରୁ ଏକ ଘଟଣା ସାମ୍ନାକୁ ଆସିଛି ।

ସଂଯୁକ୍ତ ଭୂୟାଁ ନାମକ ମହିଳା ଫେସବୁକ୍ ସାହାଯ୍ୟରେ ଲୋକଙ୍କ ସହ ବନ୍ଧୁତା କରି ସେମାନଙ୍କ ସହ ଚାର୍ଟି କରୁଥିଲେ ।

ଅବିବାହିତ କହି କଥା ହେଉଥିଲେ, କିଛିଦିନ କଥା ହେବା ପରେ ଟଙ୍କା ମାଗିନେଉଥିଲେ । ରୋଗ ଓ ଅସୁବିଧାରେ ପଡ଼ିଥିବର ବାହାନା କରି ଟଙ୍କା ନେଉଥିଲେ । ଏ ନେଇ ଅନ୍ଧାରୁଆର ବିଷ୍ଣୁ ପ୍ରସାଦ ମୁଦୁଲି ଥାନାରେ ଅଭିଯୋଗ କଲା ପରେ ଘଟଣା ସାମ୍ନାକୁ ଆସିଛି । କମିଶନରେଟ୍ ପୋଲିସର ତଦନ୍ତ କ୍ରମେ ସଂଯୁକ୍ତଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଳାଣ କରାଯାଇଛି ।

ବିଷ୍ଣୁଙ୍କଠାରୁ ସଂଯୁକ୍ତା ୮ ଲକ୍ଷ ୭୫ ହଜାର ଟଙ୍କା ମାଗି ନେଇଥିବାବେଳେ ଆଉ ଫେରାଇ ନ ଥିଲେ । ଯାହାପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ତାଙ୍କ ସ୍ୱାମୀ ଜଣେ ଏସଓଜି କନଷ୍ଟେବଲ ବୋଳି ଜଣାପଡ଼ିଛି । ଯାହାଙ୍କ ଯୁନିଫର୍ମ ପିନ୍ଧି ଅଭିଯୁକ୍ତ ଲୋକଙ୍କୁ ଠକୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।