fbpx

ଠାକୁରଙ୍କୁ ବି ଛାଡୁନାହାଁନ୍ତି କଳିଯୁଗର ଲୋକ! କଟକରେ ପୁଣି ଠାବ ହେଲା ନକଲି ଘିଅ କାରଖାନା

କଟକ: ଆଜିକାଲି ନକଲି ସାମଗ୍ରୀ ଏତେ ମାତ୍ରାରେ ପ୍ରଚଳିତ ହେଉଛି ଯେ, ଲୋକମାନଙ୍କୁ ଅସଲି ଚିହ୍ନିବା କଷ୍ଟକର ହୋଇପଡ଼ୁଛି । ଏହାରି ମଧ୍ୟରେ ପୁଣି ଏକ ନକଲି ଘିଅ କାରଖାନା ଠାବ ହୋଇଛି । କଟକ ଜଗତପୁର ସ୍ଥିତ ନ୍ୟୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଭିତରୁ ଏହି ନକଲି ଘିଅ କାରଖାନା ମିଳିଛି । ବନସ୍ପତିରେ ବିଭିନ୍ନ ଏସେନ୍ସ ମିଶାଇ ତିଆରି ହେଉଥିଲା ବାଲ୍ ଗୋପାଲ ନାମକ ଘିଅ ।

ଖବରପାଇ ଏହି କମ୍ପାନୀରେ ଜଗତପୁର ଥାନା ପୋଲିସ ଓ କଟକ ମହାନଗର ନିଗମ (ସିଏମସିର) ଖାଦ୍ୟ ସୁରକ୍ଷା ବିଭାଗ ମିଳିବ ଭାବେ କାରଖାନାରେ ଚଢାଉ କରିଥିଲେ । କାରଖାନାରେ ବହୁ ପରିମାଣରେ ନକଲି ଘିଅ ମହଜୁଦ ରହିଛି ।

ଏଥିସହ ଘିଅର ମାନ ଯାଞ୍ଚ ପାଇଁ ନମୂନା ସଂଗ୍ରହ କରାଯାଇଛି । ଏନେଇ ଅଧିକ ଖୋଳତାଡ ଚାଲିବା ସହ କାରଖାନା ମାଲିକଙ୍କୁ ଅଟକ ରଖି ପଚରା ଉଚରା ଚଲାଇଛି ପୋଲିସ ।

ତେବେ ବନସ୍ପତିକୁ ଗରମ କରାଯାଇ ସେଥିରେ ଗୁଆ ଘିଅର ସେଣ୍ଟ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ମିଶା ଯାଉଥିଲା । ପରେ ଡବାରେ ପ୍ୟାକିଂ କରାଯାଇ ଖାଣ୍ଟି ଗୁଆ ଘିଅ ଲେଖାଯାଇ ମାର୍କେଟକୁ ବିକ୍ରି ପାଇଁ ଛଡ଼ା ଯାଉଥିଲା । ଏହାକୁ ଅସଲି ଭାବି ଲୋକମାନେ ବହୁ ଦିନ ଧରି ଖାଇବା ସହିତ ପୂଜାରେ ମଧ୍ୟ ବ୍ୟବହାର କରିଆସୁଥିଲେ ।

Get real time updates directly on you device, subscribe now.