fbpx

ରାଜଧାନୀରେ ନକଲି ସସ୍ କାରଖାନା ଠାବ, କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାଡର ଚଢ଼ାଉ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ସାଇବର ଠକେଇ ମାମଲା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ରାଜଧାନୀରେ ନକଲି ସସ୍ ପ୍ରସ୍ତୁତ କାରଖାନାକୁ ନେଇ ଚର୍ଚ୍ଚା ହେଉଛି । ବିଶେଷ ସୂତ୍ରରୁ ଖବର ପାଇ ସ୍ପେଶାଲ ସ୍କ୍ୱାଡ୍ ନକଲି ସସ୍ କାରଖାନା ଉପରେ ଚଢ଼ାଉ କରିଥିଲେ । ବିପୁଳ ପରିମାଣର ନକଲି ଚିଲି ସସ୍ ଓ ଟମାଟୋ ସସ୍ ପ୍ରସ୍ତୁତ ହେଉଥିବା ବେଳେ ଏହି ଚଢ଼ାଉ କରାଯାଇଥିଲା ।

ସୂଚନାରୁ ପ୍ରକାଶ ରାଜଧାନୀର ଭୀମଟାଙ୍ଗିରେ ଚାଲିଥିବା ଏକ ନକଲି ସସ୍ ଫ୍ୟାକ୍ଟ୍ରି ଉପରେ କମିଶନରେଟ୍ ପୋଲିସ ଚଢ଼ାଉ କରିଥିଲା । ଏହି ନକଲି ସସ୍ ଫ୍ୟାକ୍ଟ୍ରି ବିନା ଲାଇସେନ୍ସରେ ବେଆଇନ୍ ଭାବେ ଚାଲିଥିବା ଜଣାପଡ଼ିଛି । ନକଳି କେମିକାଲ ରଂଗ ଓ ଫ୍ଲେଭର ଦେଇ ସସ୍ ପ୍ରସ୍ତୁତ ହେଉଥିଲା ଟମାଟୋ ଓ ଚିଲି ସସ୍ । ଭୁବନେଶ୍ୱର, କଟକ ଓ ପୁରୀରେ ଏହି ନକଲି ସସ୍ ସପ୍ଲାଇ କରାଯାଉଥିବା ଜଣାପଡ଼ିଛି । ତେବେ ଏହି ମାମଲାରେ ଆଉ କେତେ ଜଣଙ୍କ ସମ୍ପୃକ୍ତି ରହିଛି ? ନେଟୱାର୍କ କେଉଁଠି ବ୍ୟାପିଛି ଇତ୍ୟାଦି ବିଷୟରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.