fbpx

ଦିନ ପରେ ଦିନ ବିତି ଚାଲିଛି: ନ୍ୟାୟ ଅପେକ୍ଷାରେ ଆଦିତ୍ୟ, ଏସିଏଫ୍ ସୌମ୍ୟ, ମନୀଷ ଓ ମମିତାଙ୍କ ପରିବାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ନୂଆ ନୂଆ ହତ୍ୟାକାଣ୍ଡ ଘଟିଚାଲିଥିବା ବେଳେ ପୁରୁଣା ଘଟଣାଗୁଡ଼ିକ ଏକପ୍ରକାର ଲୁଚି ଯାଉଛି । ଏପରି ଦେଖିବାକୁ ଗଲେ ଆଦିତ୍ୟ ଦାଶ, ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର, ମନୀଷ ଅନୁରାଗ ଓ ମମିତା ମେହେରଙ୍କ ଭଳି ଅନେକ ଉଦାହରଣ ରହିଛି । କିଛି ଦିନ, ସପ୍ତାହ ବା ମାସ ପର୍ଯ୍ୟନ୍ତ ଗୋଟିଏ ଘଟଣାକୁ ନେଇ ଚର୍ଚ୍ଚା ଜାରି ରହେ, ତା’ପରେ ପୂରା ଶୁନଶାନ୍ । ତେବେ ସବୁଠାରୁ ଦୁଃଖର କଥା ହେଉଛି ନିଜର ପୁଅ, ଝିଅମାନଙ୍କୁ ପରିଣତ ବୟସରେ ହରାଇ ବୃଦ୍ଧ ପିତାମାତା ଆଜି ବି ନ୍ୟାୟ ପାଇବାକୁ କୋର୍ଟଙ୍କ କବାଟ ଠକଠକ କରୁଛନ୍ତି । ତଥାପି ସେମାନେ ଧୈର୍ଯ୍ୟ ଧରି ରହିଛନ୍ତି ନ୍ୟାୟ ମିଳିବା ଆଶାରେ ।

– ୨୦୨୦ରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟିଥିଲା । ସେତେବେଳେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଆଦିତ୍ୟଙ୍କ ମାଆ ପଦ୍ମାଳୟା, ବାପା ନନ୍ଦକିଶୋର ଓ ପତ୍ନୀ ବିଦ୍ୟାଶ୍ରୀଙ୍କ ପକ୍ଷରୁ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଆଦିତ୍ୟଙ୍କ ପରିବାର ବର୍ଗ ନ୍ୟାୟ ପାଇନାହାନ୍ତି ।

– ସେହିପରି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ବହୁଦିନ ବିତିଯାଇଥିଲେ ହେଁ ତାଙ୍କ ପରିବାର ଏ ପର୍ଯ୍ୟନ୍ତ ନ୍ୟାୟ ପାଇ ପାରିନାହାନ୍ତି । ଭିଜିଲାନ୍ସ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ କ୍ଲିନଚିଟ ଦେଇଥିଲେ ହେଁ ପରିବାର ତଦନ୍ତର ଦିଗକୁ ନେଇ ପ୍ରଶ୍ନ ଉଠାଇଥିଲେ । ସୌମ୍ୟଙ୍କ ବାପା ଅଭିରାମ ମୁଖ୍ୟମନ୍ତ୍ରୀ, ଡିଜି, ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନୟାନ୍ତ ହୋଇଗଲେଣି ।

– ରାଜଧାନୀ ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲରେ ୩ ଜଣଙ୍କୁ ଗିରଫ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଏହାର ତଦନ୍ତ ଜାରି ରହିଛି । ୩ ଅଭିଯୁକ୍ତ ଅମ୍ରିତ, ମୃତ୍ୟୁଞ୍ଜୟ ଓ ଦିନେଶଙ୍କୁ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରିଥିଲେ ହେଁ ପରିବାର ଆଜି ବି ନ୍ୟାୟରୁ ବଞ୍ଚିତ ହୋଇଛନ୍ତି ।

– କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାରେ ହତ୍ୟାକାରୀ ଗୋବିନ୍ଦ ସାହୁ ଧରାପଡ଼ିଥିଲେ ହେଁ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମିତାଙ୍କ ପିତାମାତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ସେମାନେ ଆଶା ରଖିଛନ୍ତି ।

Get real time updates directly on you device, subscribe now.