fbpx
BJD SKY
BJD SKY

ପ୍ରସିଦ୍ଧ କୋରିଆନ୍ ଗାୟକ ଚୋଇ ସୁଙ୍ଗ ବୋଙ୍ଗଙ୍କ ପରଲୋକ: ମାତ୍ର ୩୩ ବର୍ଷ ବୟସରେ ଦୁନିଆରୁ ଚାଲିଗଲେ

BJD

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ପ୍ରସିଦ୍ଧ କୋରିଆନ୍ ଗାୟକ ଚୋଇ ସୁଙ୍ଗ ବୋଙ୍ଗଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଚୋଇଙ୍କୁ ମାତ୍ର ୩୩ ବର୍ଷ ବୟସ ହୋଇଥିଲା । ଗତ ୨୦ ତାରିଖ ସକାଳେ ଚୋଇଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା । ଏତେ କମ୍ ବୟରେ ଚୋଇଙ୍କ ପରି ଜଣେ ସେଲିବ୍ରେଟିଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନା ମୁତାବକ, ମୃତ୍ୟୁ ପୂର୍ବରୁ ଗାୟକ ଚୋଇ ନିଜର ୟୁଟ୍ୟୁବ ଚାନେଲରେ ଏକ ପୋଷ୍ଟ ଶେୟାର କରିଥିଲେ । ସେଥିରେ ସେ ଲେଖିଥିଲେ ‘୨୦୧୧ ମସିହା ପରଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ସେ ଲୋକଙ୍କର ଭଲ ପାଇବା ପାଇ ଆସୁଛନ୍ତି । ତେଣୁ ସେଥିପାଇଁ ମୁଁ ସମସ୍ତଙ୍କୁ ହୃଦୟତାର ସହିତ କୃତଜ୍ଞତା ଜ୍ଞାପନ କରୁଛନ୍ତି । ମୋର ଭୁଲ୍ ପାଇଁ ଯେଉଁମାନଙ୍କର ଅସୁବିଧା ସୃଷ୍ଟି ହୋଇଥିଲା, ସେଥିପାଇଁ ମୁଁ ଦୁଃଖିତ ।’

ଚୋଇ କ୍ୟାନସର ରୋଗ ସହିତ ଲଢ଼େଇ କରୁଛନ୍ତି ବୋଲି ଦୁଇବର୍ଷ ପୂର୍ବେ କହିଥିଲେ । ସେଥିପାଇଁ ତାଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ସେ ଲୋକଙ୍କୁ ନିବେଦନ କରିôଥଲେ । ମାତ୍ର ସେ କର୍କଟ ରୋଗରେ ପୀଡ଼ିତ ଥିବା ଖବର ମିଛ ଥିଲା । ସେ ଅଲଗା ଏକ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଚୋଇ ୨୦୧୧ରେ କୋରିଆର ଗଟ୍ ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଚୋଇଙ୍କ ପରି ଜଣେ ଯୁବ ସଙ୍ଗୀତ ପ୍ରତିଭାଙ୍କ ଅକାଳ ବିୟୋଗରେ ତାଙ୍କର ବହୁ ପ୍ରଶଂସକ ଦୁଃଖ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.