fbpx

ଗଣେଶ ଚତୁର୍ଥୀ: ଏହି ଦିନ ଗ୍ରହମାନଙ୍କର ବଢାଇଥାଏ ଅଦ୍ଭୁତ ସଂଯୋଗ, ଜାଣନ୍ତୁ ପୂଜାର ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ଭଗବାନ ଗଣେଷ ପ୍ରଥମ ପୂଜନୀୟ ଦେବତା ଅଟନ୍ତି । ପ୍ରତ୍ୟେକ ମାସର ଚତୁର୍ଥୀ ତିଥି ଭଗବାନ ଶ୍ରୀଗଣେଶକୁ ସମର୍ପିତ କରାଯାଏ । ଗଣେଶ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କୁ କାର୍ଯ୍ୟରେ ସଫଳତା ଏବଂ ବାଧାରୁ ମୁକ୍ତି ମିଳିଥାଏ । ଗଣେଶଙ୍କୁ ବିଘ୍ନହର୍ତ୍ତା ନାମରେ ମଧ୍ୟ ଜଣା ଯାଏ । ପ୍ରତ୍ୟେକ ମାସର ଶୁକ୍ଳପକ୍ଷରେ ବିନାୟକ ଚତୁର୍ଥୀ ତିଥିରେ ବ୍ରତ ରଖାଯାଏ । ଏହି ବ୍ରତଟି ଜୁନ ୨୨ ୨୦୨୩, ଗୁରୁବାର ଦିନ ଅର୍ଥାତ ଆଜି ପାଳନ କରାଯିବ ।

ଗଣେଶ ଚତୁର୍ଥୀର ଶୁଭ ମୁହୂର୍ତ୍ତ : ଏହି ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ପୂଜାର ଶୁଭ ସମୟ ସକାଳ ୧୦.୫୯ ମିନିଟ୍ ଠାରୁ ଆରମ୍ଭ କରି ଅପରାହ୍ନ ୧.୪୭ ମିନିଟ୍ ପର୍ଯ୍ୟନ୍ତ ରହିଛି । ଏହି ଦିନ ରାତିରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେଇ ବ୍ରତ ପାଳନ କରାଯାଏ ।

ଗଣେଶ ଚତୁର୍ଥୀର ମହତ୍ୱ : ଏହି ଚତୁର୍ଥୀରେ ଗଣେଶଙ୍କ ବ୍ରତ କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧିର ଆଗମନ ହୋଇଥାଏ । ଭକ୍ତଙ୍କ ବୁଦ୍ଧି ଏବଂ ବଳ ପ୍ରାପ୍ତ ହୋଇଥାଏ । ବିନାୟକଙ୍କ ଆର୍ଶୀବାଦରେ ଭକ୍ତଙ୍କ ସବୁ ଆଶା ପୁରଣ ହୋଇଥାଏ ।

ଗ୍ରହ-ନକ୍ଷତ୍ରର ଶୁଭ ସ୍ଥିତି : ବିନାୟକ ଚତୁର୍ଥୀ ଦିନ ଚନ୍ଦ୍ର ଆଶଲେଶା ନକ୍ଷତ୍ରରେ ରୁହନ୍ତି । ଏହା କାରଣରୁ ଅମୃତ ଯୋଗର ସମକକ୍ଷ ହୋଇଥାଏ । ଏହା ବ୍ୟତୀତ ଚନ୍ଦ୍ର ବୃହସ୍ପତିର କେନ୍ଦ୍ରରେ ଥିବାରୁ ଗଜାକେଶରୀ ଯୋଗ ସୃଷ୍ଟି ହୋଇଥାଏ । ମଙ୍ଗଳ ଏବଂ ଚନ୍ଦ୍ରର ମିଳନରେ ମହାଲକ୍ଷ୍ନୀ ସଂଯୋଗ ସୃଷ୍ଟି କରେ ।

Get real time updates directly on you device, subscribe now.