fbpx

ଶରଧାବାଲିରେ ବିଜେ କରିଲେ ତିନି ରଥ, ଆଜି ମହାପ୍ରଭୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ

ପୁରୀ : ମାଉସୀ ମାଆ ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ତିନିରଥ । ମଙ୍ଗଳବାର ମହାପ୍ରଭୁଙ୍କ ରଥଯାତ୍ରା ଆରମ୍ଭ ହୋଇ ବୁଧବାର ଅପରାହ୍ନରେ ଶେଷ ହୋଇଥିଲା । ରଥ ଉପରେ ବସି ଭକ୍ତଙ୍କୁ ଦେଖାଦେଉଛନ୍ତି ଶ୍ରୀଜିଉ । ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ଶୁଭଦ୍ରାଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ବିଜେ କରିଛନ୍ତି । ଭାବ ଓ ଭକ୍ତିରେ ଉଚ୍ଛୁଳି ଉଠୁଛି ଶରଧାବାଲି ।

ଗୁରୁବାର ଆଡ଼ପ ମଣ୍ଡପରେ ବିଜେ କରିବେ ତିନି ଦିଅଁ । ରଥରେ ବସି ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କୁ ପହଣ୍ଡି କରାଯିବ । ରାତି ୧୨ଟା ସୁଧା ଶ୍ରୀଜିଉ ଭାଇ-ଭଉଣୀଙ୍କ ସହିତ ଜନ୍ମବେଦୀରେ ଅଧିଷ୍ଠିତ ହେବେ । ଶ୍ରୀ ଗୁଣ୍ଡିଚା ମଣ୍ଡପର ଆଡ଼ପ ମଣ୍ଡପ ଦାରୁବ୍ରହ୍ମଙ୍କ ଜନ୍ମବେଦୀ ଭାବେ ପରିଚିତ ।ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେର ପରବର୍ତ୍ତୀ ସମୟରେ ଶ୍ରୀ ମଦନ ମୋହନ ଏବଂ ରାମକୃଷ୍ଣଙ୍କୁ ସେଠାରେ ବିଜେ କରାଯିବ । ପହଣ୍ଡି ସରିବା ପରେ ସେଠାରେ ଉପସ୍ଥିତ ଥିବା ଦଇତାପତିମାନେ ମହାପ୍ରଭୁଙ୍କ ରୁନ୍ଧନୀତି ସମ୍ପର୍ଣ୍ଣ କରିବେ । ଶ୍ରୀଜିଉ ରଥରୁ ସେଠାକୁ ବିଜେ କରିବା ପରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ।

ଶୁକ୍ରବାର ଠାରୁ ମହାପ୍ରଭୁଙ୍କୁ ଅନ୍ନବ୍ୟଞ୍ଜନ ଅର୍ପଣ କରାଯିବା ସହ ଶ୍ରୀ ମନ୍ଦିରରେ ପାଳିତ ହେଉଥିବା ଭଳି ଅନ୍ୟାନ୍ୟ ନୀତିକାନ୍ତି ସେଠାରେ ମଧ୍ୟ ପାଳନ କରାଯିବ । ବଡ଼ଦାଣ୍ଡ ଏବଂ ଶରଧାବାଲିର ଆଧ୍ୟାତ୍ମିକ ପରିବେଶ ଦ୍ୱିଗୁଣ ହୋଇଯାଇଛି । କାଳିଆ ଡ଼ୋରିରେ ବନ୍ଧା ହୋଇଥିବା ଭକ୍ତଙ୍କ ଶ୍ରୀକ୍ଷେତ୍ରକୁ ସୁଅ ଛୁଟିଛି ।

Get real time updates directly on you device, subscribe now.