fbpx
BJD SKY
BJD SKY

ଭାରତ ଓ ବ୍ରିଟେନ୍ ସଂପର୍କରେ ଇଣ୍ଡିଆନ୍ ଗ୍ଲୋବାଲ ଫୋରମର ଭୂମିକାକୁ ଜୋରଦାର ପ୍ରଶଂସା କଲେ ଋଷି ସୁନକ, କହିଲେ ଏହା ଦୁଇ ଦେଶର ଅର୍ଥନୀତିକୁ ଆହୁରି ମଜଭୁତ କରିବ

BJD

ନୂଆଦିଲ୍ଲୀ:ବ୍ରିଟେନ୍ ପ୍ରଧାନମନ୍ତ୍ରୀ ୠଷି ସୁନକ ଭାରତ -ବ୍ରିଟେନ୍ ସଂପର୍କରେ ଇଣ୍ଡିଆନ୍ ଗ୍ଲୋବାଲ ଫୋରମର ଭୂମିକାକୁ ଜୋରଦାର ପ୍ରଶଂସା କରିଛନ୍ତି । ଇଣ୍ଡିଆନ୍ ଗ୍ଲୋବାଲ ଫୋରମ ଫ୍ଲାଗସିପ୍ ରେ ଆଗକୁ ଆୟୋଜିତ ହେବାକୁ ଥିବା ବ୍ରିଟେନ୍ -ଇଣ୍ଡିଆ ସପ୍ତାହ ୨୦୨୩କୁ ନଜରରେ ରଖି ସୁନକ କହିଛନ୍ତି , ଏହା ଆମ ଲାଗି ଏକ ପ୍ରକୃଷ୍ଟ ମାଧ୍ୟମ ପାଲଟିଛି । ଇଣ୍ଡିଆନ୍ ଗ୍ଲୋବାଲ ଫୋରମର ଭୂମିକାକୁ ପ୍ରଶଂସା କରି ସେ କହିଛନ୍ତି ଏହି ଫୋରମ୍ ଦୁଇ ଦେଶକୁ ଅଧିକ ନିକଟତର କରିପାରିଛି । ଏହି ଫୋରମ୍ ମାଧ୍ୟମରେ ନାଗରିକଙ୍କ ଭବିଷ୍ୟତ ଲାଗି ନୂଆ ବାଣିଜ୍ୟିକ ଚୁକ୍ତି, ଦୀର୍ଘସ୍ଥାୟୀ ସହଯୋଗ ଏବଂ ଏକ ସୁନ୍ଦର ଭବିଷ୍ୟତର ପରିକଳ୍ପନା କରାଯାଇପାରୁଛି । ଏହି ସହଭାଗିତା ଆଗକୁ ଆହୁରି ସୁଦୃଢ ହେବ ବୋଲି ସେ କହିଛନ୍ତି ।

ସୁନକଙ୍କ ଏହି ମନ୍ତବ୍ୟ ଉପରେ ଭାରତୀୟ ଗ୍ଲୋବାଲ୍ ଫୋରମର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମନୋଜ ଲାଡୱା କହିଛନ୍ତି , ସାରା ବିଶ୍ୱରେ ଜାରି ରହିଥିବା ଅର୍ଥନୈତିକ, ରାଜନୈତିକ ଓ ଭୌଗଳିକ ଅସ୍ଥିରତା ମଧ୍ୟରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ଅଧିକ ସୁଦୃଢ ହେବା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି କ୍ରମରେ ମୁଁ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପ୍ରତି କୃତଜ୍ଞତା ଜଣାଉଛି ଯେ ସେ ବିଶ୍ୱର ଦୁଇ ବୃହତ୍ ଗଣତନ୍ତ୍ର ରାଷ୍ଟ୍ର ମଧ୍ୟରେ ସମ୍ବନ୍ଧକୁ ମଜଭୁତ କରିବାରେ ଭାରତୀୟ ଗ୍ଲୋବାଲ୍ ଫୋରମର ଭୂମିକାକୁ ହୃଦୟଙ୍ଗମ କରି ପାରିଛନ୍ତି । ଭାରତୀୟ ଗ୍ଲୋବାଲ୍ ଫୋରମର ବ୍ରିଟେନ୍ ଇଣ୍ଡିଆ ଆୱାର୍ଡ ୨୦୨୨ରେ ନିଜର ବକ୍ତବ୍ୟ ରଖି ସୁନକ କହିଥିଲେ , ଭାରତ ଏବେ ତାର ଅତୀତକୁ ଆଉ ଦେଖୁ ନାହିଁ । ଆମେ ବି ଏହା କରିବା ନାହିଁ । କାରଣ ବିଶ୍ୱର ବୃହତ୍ତ, ଦ୍ରୁତ ଗତିରେ ବିକାଶ କରୁଥିବା , ଓ ଏକ ପରିବର୍ତ୍ତିତ ଅର୍ଥନୀତି ଦେଇ ଗତି କରୁଥିବା ରାଷ୍ଟ୍ର ସହ ଏକ ଟେବୁଲ୍ ରେ ବସୁଥିବା ସମୟରେ ଆମେ ଆଉ କେବଳ ବସି ରହିପାରିବୁ ନାହିଁ ।
ଭାରତ ଓ ବ୍ରିଟେନ ସଂପର୍କର ଆଗାମୀ ୨୦୩୦ର ରୋଡମ୍ୟାପ୍ ଉପରେ ସୁନକ ଯାହା କହିଛନ୍ତି ତାହା ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ମଧ୍ୟ ସୂଚାଉଛି । ନିକଟରେ ହୀରୋସୀମାରେ ହୋଇଥିବା ଜି ୭ ସମ୍ମିଳନୀରେ ଋଷି ସୁନକ ଓ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶ ମଧ୍ୟରେ ଯୋଜନାବଦ୍ଧ ସହଯୋଗୀତାକୁ ନେଇ ଏକ ସମୀକ୍ଷା ମଧ୍ୟ କରିଥିଲେ । ଏହା ସହିତ ଉଭୟ ଦେଶ ଫ୍ରି ଟ୍ରେଡ୍ ଆଗ୍ରିମେଣ୍ଟ ବୁଝାମଣା ଉପରେ ମଧ୍ୟ ଆଲୋଚନା କରିଥିଲେ । ବ୍ରିଟିଶ ସରକାର ଆକଳନ କରିଥିଲେ ଯେ ଏକ ଉତ୍ତମ ବାଣିଜ୍ୟିକ ଚୁକ୍ତି ୨୦୩୫ ସୁଦ୍ଧା ବ୍ରିଟେନର ଜିଡିପିକୁ ୩.୩ ବିଲୟନ ପାଉଣ୍ଡରୁ ୬.୨ ବିଲିୟନ ପାଉଣ୍ଡକୁ ବୃଦ୍ଧି କରିପାରିବ । ସେହିପରି ଏହା ଦ୍ୱାରା ଭାରତର ଜିଡିପ ୩.୭ ବିଲିୟନ୍ରୁ ୮.୬ ବିଲିୟନକୁ ବୃଦ୍ଧି ପାଇବ ।

ୟୁକେ -ଇଣ୍ଡିଆ ଉଇକ୍ ୨୦୨୩କୁ ଉଦଘାଟନ କରିବାକୁ ଯାଉଥିବା ଲେବର ପାର୍ଟିର ନେତା କେର୍ ଷ୍ଟାର୍ମର କହିଛନ୍ତି ମୁଁ ଏହି ଭାରତୀୟ ଗ୍ଲୋବାଲ୍ ଫୋରମରେ କହିବାକୁ ନେଇ ବେଶ୍ ଉତ୍ସାହିତ ଅଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଭାରତ ସହିତ ଏହି ଲେବର ପାର୍ଟିର ଏକ ଦୀର୍ଘ ଓ ଦୃଢ ସଂପର୍କ ରହି ଆସିଛି । ସେ କହିଛନ୍ତି ଏବେ ସମୟ ଆସିଛି ଆମେ କେବଳ ଆଗକୁ ଲକ୍ଷ୍ୟ କରି ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଭାଗିତାକୁ ମଜଭୁତ କରିବା । ଏହାଦ୍ୱାରା ଉଭୟ ରାଷ୍ଟ୍ରର ବିକାଶ ସାଧିତ ହୋଇପାରିବ ।
ଭାରତୀୟ ଗ୍ଲୋବାଲ୍ ଫୋରମ ଇଣ୍ଡିଆ -ୟୁକେ ଉଇକ୍ କାର୍ଯ୍ୟକ୍ରମ ଏକ ୬ ଦିନିଆ କାର୍ଯ୍ୟକ୍ରମ ଯେଉଁଠି ଭାରତ ଓ ବ୍ରିଟେନ ସହ ଅନ୍ୟ ଦେଶର ବିଜନେସ୍ ଲିଡର, ପଲିସିମେକର ଓ ଅନ୍ୟ ଲିଡରମାନେ ଏକତ୍ର ହୋଇ ବାଣିଜ୍ୟିକ ସମ୍ବନ୍ଧକୁ ନୂତନ ଦିଶା ଦେବା କ୍ଷେତ୍ରରେ ପ୍ରସ୍ତାବମାନ ରଖିଥାନ୍ତି ।

Get real time updates directly on you device, subscribe now.