ଘର ତିଆରିରେ ବିଳମ୍ବ ହେଉଥିଲେ କରନ୍ତୁ ଏହି ମା’ଙ୍କ ଦର୍ଶନ… ଗୃହ ନିର୍ମାଣ ବିଘ୍ନ ହେବ ଦୂର
ବିକାନିର ଲୋକଙ୍କ ମଧ୍ୟରେ ମା’ଙ୍କୁ ନେଇ ବଡ଼ ବିଶ୍ୱାସ ରହିଛି । ଏହି ମନ୍ଦିରକୁ ପ୍ରତିଦିନ ଶତାଧିକ ଲୋକ ଦର୍ଶନ କରିବାକୁ ଆସନ୍ତି ।
ଜୟପୁର: ବିକାନିରରେ ରହିଛି ବହୁ ଚମକ୍ରାରୀ ମନ୍ଦିର । ଯାହାକୁ ନେଇ ଅନେକ ସମୟରେ ଏ ସ୍ଥାନଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଳଟିଥାଏ । ସେଥିମଧ୍ୟରୁ କାଙ୍କଡ ମାତାଙ୍କ ମନ୍ଦଧ୍ର ବେଶ୍ ଖ୍ୟାତି ରହିଛି । ଏହି ଜାଗାର ସ୍ଥାନୀୟ ଅଞ୍ଚଳରେ ବହୁ ମାନ୍ୟତା ରହିଛି ।
ବିକାନିରରୁ ୨୮ କିଲୋମିଟର ଦୂର ଦେଶନୋକ ଗାଁରେ ଏହି ମନ୍ଦିର ଅବସ୍ଥିତ । ଏଠାକାର ଲୋକଙ୍କ ବିଶ୍ୱାସ ରହିଛି, ଯଦି କୌଣସି ବ୍ୟକ୍ତିଙ୍କ ଘର ତିଆରି ହୋଇ ପାରୁ ନାହିଁ, ତେବେ ମା’ଙ୍କ ମନ୍ଦିର, ଦର୍ଶନ କରି ବାହାରେ ପଥରରେ ଘର ତିଆରି କରି ମାନସିକ କଲେ ଖୁବ୍ ଶୀଘ୍ର ସେମାନଙ୍କ ଘର ତିଆରି ହୋଇଯାଏ ।
ଦେବୀ ମା’ଙ୍କ ମନ୍ଦିରକୁ ଯାଇଥିବା ଜଣେ ଶ୍ରଦ୍ଧାଳୁ ନବଲକ୍ଷୀ ଶର୍ମା କହିଛନ୍ତି, ସେ ଏହି ମନ୍ଦରକୁ ୪ ବର୍ଷ ହେବ ଆସୁଛନ୍ତି । ବିକାନିର ଲୋକଙ୍କ ମଧ୍ୟରେ ମା’ଙ୍କୁ ନେଇ ବଡ଼ ବିଶ୍ୱାସ ରହିଛି । ଅଞ୍ଚଳରେ ଥିବା ଦେଶନୋକ କରଣୀ ମାତାଙ୍କ ଦର୍ଶନ ପରେ ଏହି ମନ୍ଦିରକୁ ଆସିବାର ବିଶ୍ୱାସ ରହିଛି ।
ସ୍ଥାନୀୟ ଲୋକେ ଦୁଇଟିଯାକ ମନ୍ଦିରକୁ ଗୋଟିଏ ଦିନରେ ଯିବା ସହଜ ବୋଲି ଭାବନ୍ତି । ଏହି ମନ୍ଦିରକୁ ପ୍ରତିଦିନ ଶତାଧିକ ଲୋକ ଦର୍ଶନ କରିବାକୁ ଆସନ୍ତି ।