fbpx

ପୁନିଥଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନ୍ସ ପାଗଳ, ରାଜକୀୟ ସମ୍ମାନ ସହିତ ହେବ ଅନ୍ତିମ ସଂସ୍କାର

ବେଙ୍ଗାଲୁରୁ: କନ୍ନଡ ଅଭିନେତା ତଥା ପାୱାର୍ ଷ୍ଟାର୍ ପୁନିଥ୍ ରାଜକୁମାରଙ୍କର ୪୬ ବର୍ଷରେ ନିଧନ ହୋଇଯାଇଛି । ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ଦିନ ହୃଦଘାତ କାରଣରୁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ବିକ୍ରମ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଚିକିତ୍ସା ସମୟରେ ଦେହାନ୍ତ ହୋଇଯାଇଥିଲା । ତେବେ ପୁନିଥ୍ ଙ୍କ ନିଧନ ପରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ ସବୁଠି ଶୋକର ଛାୟା ଖେଳିଯାଇଛି । ଏବେ ପର୍ଯ୍ୟନ୍ତ ତାଙ୍କ ଫ୍ୟାନ୍ସ ମାନେ ପୁନିଥ୍ ଙ୍କ ବିୟୋଗକୁ ଗ୍ରହଣ କରିପାରିନାହାନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।

ପୁନିଥ ରାଜକୁମାରଙ୍କ ନିଧନ ହୋଇଥିବା ସୂଚନା ମିଳିବା ପରେ ପ୍ରଶଂସକ ମାନେ ତାଙ୍କର ଏକ ଝଲକ ପାଇବା ପାଇଁ ବେକାବୁ ହୋଇପଡ଼ିଛନ୍ତି । ତେବେ ଫ୍ୟାନ୍ସ ଓ ପରିଜନଙ୍କ ଶେଷ ଦର୍ଶନ ପାଇଁ ପୁନିଥଙ୍କ ପାର୍ଥିକ ଶରୀରକୁ ବେଙ୍ଗାଲୁରୁର କାନ୍ତରିୱା ଷ୍ଟାଡିୟମ୍ ରେ ରଖାଯାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ମଧ୍ୟ ପୁନିଥଙ୍କ ଶେଷ ଦର୍ଶନ କରିଛନ୍ତି ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ତେବେ ଷ୍ଟାଡିୟମରେ ପାର୍ଥିକ ଶରୀର ରଖାଯାଇଥିବା ବେଳେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଦେଖିବାକୁ ଭିଡ ଜମାଇଥିଲେ । ତେଣୁ ଭିଡକୁ ରୋକିବାକୁ ସେଠାରେ ୧୪୪ ଧାରା ଲାଗୁ କରାଯାଇଥିଲା ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଶୁକ୍ରବାର କହିଛନ୍ତି ଯେ, ରାଜକୀୟ ସମ୍ମାନ ସହିତ ରବିବାର ଦିନ କାନ୍ତରିୱା ରେ ପୁନିଥ୍ ରାଜକୁମାରଙ୍କ ଅନ୍ତିମ ସଂସ୍କାର କରାଯିବ । ତେବେ ଯାହା ସୂଚନା ରହିଛି, ଅନ୍ତିମ ସଂସ୍କାର ପାଇଁ ତାଙ୍କ ଝିଅଙ୍କର ଅପେକ୍ଷା କରାଯାଇଛି । ଯିଏକି ଏବେ ଆମେରିକାରେ ରହିଛନ୍ତି । ସେ ଭାରତରେ ପହଞ୍ଚିବା ପରେ ରାଜକୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯିବ । ଏହି ପରିପ୍ରେକ୍ଷୀରେ ବେଙ୍ଗାଲୁରୁ ପୋଲିସ୍ ସହରରେ ମଦ ଦୋକାନ ସବୁକୁ ୨ ରାତି ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.