fbpx
BJD SKY
BJD SKY

ବନ୍ଧୁତ୍ୱ ଦିବସରେ କରନଙ୍କୁ କାହିଁକି ଟ୍ରୋଲ କରିଲେ ଫରାହ,ଜାଣନ୍ତୁ ଏହା ପଛର କାରଣ……….

BJD

ମୁମ୍ବାଇ: ଚଳଚିତ୍ର ନିର୍ମାତା ଫରାହ ଖାନ ଫିଲ୍ମ ନିର୍ଦ୍ଦେଶକ କରନ ଜୋହରଙ୍କୁ ଟ୍ରୋଲ କରିଛନ୍ତି । ସେ ତାଙ୍କୁ ଟ୍ରୋଲ କରି ତାଙ୍କୁ ମଲ୍ଟି ଫେସ ବା ମହୁ ମୁଖି ବୋଲି କହିଛନ୍ତି ।ଆଜି ବନ୍ଧୁତ୍ୱ ଦିବସ ଥିବା ବେଳେ ଆଜି କରନ ଆଉ ଫରାହ ଙ୍କ ଆଉ ଏକ ଭିିଡିଓ ସାମ୍ନାକୁ ଆସିଛି । ଏହା ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଏହି ଦୁଇ ବନ୍ଧୁଙ୍କର ଅନେକ ଭିିଡିଓ ଫ୍ୟାନ ମାନଙ୍କ ଦ୍ୱାରା ଖୁବ ପ୍ରଶଂସିତ ହେଉ ଥିବା ବେଳେ ବର୍ତ୍ତମାନ ଯେଉଁ ଭିଡିଓ ରହିଛି ତାହା ମଧ୍ୟ ଖୁବ ଭାଇ ରାଲ ହେବାର ଲାଗିଛି ।

ତେବେ ଏହି ଭିଡିଓରେ ଫରାହ ଆଉ କରନ ଦୁହିଁ ଦୁହିଁଙ୍କର ପୋଷାକକୁ ନେଇ ପରସ୍ପରକୁ ଥଟା କରୁଥିବାର ଦେଖିବାକୁ ମିଳିଛନ୍ତି । ସେମାନେ ଦୁହେଁ ପିନ୍ଧିଥିବା କପଡାକୁ ନେଇ ପରିହାସ କରୁଛନ୍ତି । ତେବେ କରନ ପ୍ରଥମେ ଫାରହାଙ୍କ ପୋଷାକକୁ ନେଇ ତାଙ୍କୁ ପ୍ରଥମେ ଟ୍ରାଫିକର ସଙ୍କେତ ସହିତ ତୁଳନା କରିଛନ୍ତି କାରଣ ଭିଡିଓରେ ଫରାହ ନାଲି ରଙ୍ଗର ପୋଷାକ ପିନ୍ଧିଛନ୍ତି । ସେହିପରି କରନକୁ ଫରାହ ବହୁୁମୂଖି ବୋଲି କହିଛନ୍ତି କାରଣ ଏଥିରେ କରନ ଯେଉଁ ପୋଷାକ ପିନ୍ଧିଛନ୍ତି ସେଥିରେ ବହୁତ ଚେହେରା ଥିବାର ଦେଖିବାକୁ ମିଳିଛି ।

ତେବେ ଦୀର୍ଘ ୨୫ ବର୍ଷ ହେବ ଏହି ଦୁଇ ମାନଙ୍କ ମଧ୍ୟରେ ବନ୍ଧୁତ୍ୱ ରହିଛି ।ଆଉ ଏହି ଯୋଡି ବଲିଉଡରେ ମଧ୍ୟ ଖୁବ ଉନ୍ନତି କରୁଛନ୍ତି । ତେବେ ନିଜ ଫ୍ୟାନ ମାନଙ୍କୁ ନିରନ୍ତର ଖୁସିରେ ରଖିବା ପାଇଁ ଏହି ଯୋଡି ସଦା ସର୍ବଦା ମଜାଳିଆ ଭିଡିଓ ତାଙ୍କ ସୋସିଆଲ ସାଇଡରେ ଛାଡନ୍ତି । ଏହାକୁ ମଧ୍ୟ ବହୁତ ପସନ୍ଦ କରାଯାଉଛି ।

 

Get real time updates directly on you device, subscribe now.