fbpx

ପୁଣି ବର ସାଜିବେ ଫର୍‌ହାନ୍‌ ଅଖତର, ଖୁବଶୀଘ୍ର ବାନ୍ଧବୀ ଶିବାନୀଙ୍କ ସହ ପଡ଼ିବ ହାତଗଣ୍ଠି

ମୁମ୍ବାଇ: ପୁଣି ବଲିଉଡରେ ବାଜିବାକୁ ଶାହାନାଇ । ବର ସାଜିବେ ଆଉ ଜଣେ ଜଣାଶୁଣା ପ୍ରସିଦ୍ଧ ଅଭିନେତା ଫର୍‌ହାନ ଅଖତର । ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ଖୁବଶୀଘ୍ର ବିବାହ କରିବେ । ଶୁଣିବାକୁ ମିଳୁଛି ଚଳିତ ବର୍ଷ ମାର୍ଚ୍ଚ ମାସରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ଏହି ଖବରକୁ ନେଇ ଉଭୟ ଫରହାନ ଓ ଶିବାନୀ ଏଯାଏଁ ମୁହଁ ଖୋଲିନାହାନ୍ତି ।

ରିପୋର୍ଟ ଅନୁଯାୟୀ, ଫରହାନ ଓ ଶିବାନୀ ମାର୍ଚ୍ଚ ମାସରେ ବିବାହ କରିବା ପାଇଁ ଯୋଜନା କରିଥିଲେ । କିନ୍ତୁ ବଢ଼ୁଥିବା କରୋନା ମାମଲା ଓ ସେଲେବ୍ରିଟିଙ୍କ ମଧ୍ୟରେ ବ୍ୟାପୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନେ ଏହି ବିବାହକୁ ଅଳ୍ପ କେତେଜଣ ଅତିଥିଙ୍କ ଉପସ୍ଥିତିରେ ବିବାହ ହେବ ବୋଲି ଜଣାପଡିଛି । ଏହି ବିବାହରେ କେବଳ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗଦେବେ । ଏହି ଦମ୍ପତ୍ତି ସେମାନଙ୍କ ବିବାହ ପାଇଁ ମୁମ୍ବାଇରେ ଏକ ପଞ୍ଚ ତାରକା ହୋଟେଲ ବୁକ୍‌ କରିଛନ୍ତି । ଏହା ସହିତ ବିବାହ ପାଇଁ ପ୍ରାୟ ଅନ୍ୟାନ୍ୟ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । କରୋନା କାରଣରୁ ଫରହାନ ଏବଂ ଶିବାନୀଙ୍କ ବିବାହ ପୂର୍ବରୁ ବହୁଥର ସ୍ଥଗିତ ରଖାଯାଇଛି ଏବଂ ବର୍ତ୍ତମାନ ସେମାନେ ଏହାକୁ ବିଳମ୍ବ କରିବାକୁ ଚାହୁଁ ନାହାଁନ୍ତି । ଉଭୟ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି । ୨୦୧୬ ରେ ଫରହାନ୍‌ ଏବଂ ତାଙ୍କ ପ୍ରଥମ ସ୍ତ୍ରୀ ଅଧୁନା ଛାଡପତ୍ର ନେଇଥିଲେ । ସେମାନଙ୍କର ଦୁଇ ଝିଅ ଶାକ୍ୟା ଏବଂ ଆକିରା ଅଛନ୍ତି ।

Get real time updates directly on you device, subscribe now.