ଅଦିନିଆ ବର୍ଷା ଉଜାଡିଦେଲା ଚାଷ, ଫସଲ ନଷ୍ଟ ଦେଖି ବିଲରେ ହିଁ ଚାଷୀଙ୍କ ମୃତ୍ୟୁ

ଫସଲ ନଷ୍ଟ ହୋଇ ପଡିଥିବା ଦେଖିଥିଲେ । ଏହା ପରେ ସେହି ବିଲରେ ହିଁ ସେ ଖସିପଡିଥିଲେ ।

ଭୁବନେଶ୍ୱର ଅଦିନିଆ ବର୍ଷା ପାଇଁ ରାଜ୍ୟରେ ଚାଷ ଉଜୁଡି ଯିବା ପରେ ଜଣେ ପରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ଖବରରେ ଲଗାମ ଲାଗୁନି । କଟକ ନିଆଳି ଅଞ୍ଚଳର ଜଣେ ଚାଷୀ ବିପର୍ଯ୍ୟସ୍ତ ଚାଷ ବିଲକୁ ଦେଖି ସେହି ବିଲରେ ହିଁ ଟଳିପଡିଛନ୍ତି । ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସୁଛି ।

ନିଆଳି ମହଙ୍ଗପଡା ଅଞ୍ଚଳରେ ଥିବା ଜଣେ ଚାଷୀଙ୍କ ଆଜି ଚାଷ ବିଲରେ ହିଁ ମୃତ୍ୟୁ ହୋଇଛି । ସେ ବିଲକୁ ଯାଇଥିଲେ । ସେଠାରେ ତାଙ୍କ ଫସଲ ନଷ୍ଟ ହୋଇ ପଡିଥିବା ଦେଖିଥିଲେ । ଏହା ପରେ ସେହି ବିଲରେ ହିଁ ସେ ଖସିପଡିଥିଲେ ।

ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ କିନ୍ତୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ମୃତ ଚାଷୀଙ୍କ ବୟସ ପ୍ରାୟ 75 ବର୍ଷ ହେବ ।  ସେ ସାଢେ ଏକ ଏକର ଜମିରେ ଭାଗଚାଷ କରିଥିଲେ ।  କିନ୍ତୁ ଅଦିନିଆ ବର୍ଷା କାରଣରୁ ତାଙ୍କ ଫସଲ ସବୁ ପାଣିରେ ବୁଡି ନଷ୍ଟ ହୋଇଛି  ।