ଭଦ୍ରକ: (ଓଡ଼ିଶା ଭାସ୍କର) ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଲ ମଝିରେ ଜଳିଗଲେ ଚାଷୀ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ବାଲିଗାଁ ନରସିଂହପୁର ଗାଁ ୧୨ ନମ୍ବର ଓ୍ଵାର୍ଡରେ । ମୃତ ଚାଷୀ ଜଣଙ୍କ ହେଲେ ପ୍ରମୋଦ ଦାସ ।
ପ୍ରମୋଦଙ୍କ ବିଲ ଦେଇ ୧୧ କେଭି ତାର ଯାଇଥିଲା । ଆଜି ସକାଳେ ପ୍ରମୋଦ ବିଲକୁ ଯାଇଥିବା ବେଳେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ବିଲ ମଝିରେ ସେ ଜଳିଯାଇଥିଲେ ।
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ପ୍ରମୋଦ ଜଳିଯାଇଥିଲେ । ପ୍ରମୋଦଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
ବିଜୁଳି ବିଭାଗର ଖାମ ଖିଆଲି ନୀତି ପାଇଁ ପ୍ରମୋଦଙ୍କ ଜୀବନ ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ମୃତ ଚାଷୀଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରି ଇଲେକ୍ଟ୍ରି ଅଫିସ ସମ୍ମୁଖ ଗ୍ରାମବାସୀମାନେ ପ୍ରତିବାଦ କରିଛନ୍ତି ।