ମିଶ୍ରିତ ଚାଷ କରି ଲାଭବାନ୍ ହେଉଛନ୍ତି ଚାଷୀ, ଗୋଟିଏ ଜାଗାରେ ୨ ପ୍ରକାର ଚାଷ, ଗୋଟିଏ କ୍ଷତି ହେଲେ ଅନ୍ୟଟି ହେଉଛି ଲାଭ

ମୟୂରଭଞ୍ଜ: ମିଶ୍ରିତ ଚାଷ କରି ଲାଭବାନ୍ ହେଉଛନ୍ତି ଚାଷୀ । ଗୋଟିଏ ଜାଗାରେ କରାଯାଉଛି ୨ ପ୍ରକାର ଚାଷ । ଗୋଟିଏ କ୍ଷତି ହେଲେ ଅନ୍ୟଟି ହେଉଛି ଲାଭ । ସରକାରୀ ସହାୟତା ବିନା ନିଜ ଖର୍ଚ୍ଚରେ ଏଭଳି ଚାଷ କରି ଲାଭବାନ ମଧ୍ୟ ହେଉଛନ୍ତି ଚାଷୀ ।

ଏଭଳି ଚାଷ ପ୍ରଣାଳୀକୁ ଆପଣାଇଛନ୍ତି ି ମୟୁରଭଞ୍ଜର ଠାକୁରମୁଣ୍ଡା ବ୍ଲକ ଅଖାପଲାଣ ଗ୍ରାମର ଚାଷୀ । ୫ ଜଣ ଚାଷୀ ମିଶି ୭ ଏକରରୁ ଉର୍ଦ୍ଧ ଜାଗାରେ କରିଛନ୍ତି ଚାଷ । ପୂର୍ବରୁ ପଡ଼ିଆ ପଡ଼ିଥିବା ଜମିରେ କରିଛନ୍ତି ଏହି ମିଶ୍ରିତ ଚାଷ । ଗୋଟିଏ ଜାଗାରେ ଏକାଥରକେ ୨ ପ୍ରକାର ଚାଷ କରିଛନ୍ତି ଏହି ଚାଷୀ । ସୂର୍ଯ୍ୟମୁଖୀ ସାଙ୍ଗକୁ ତରଭୁଜ ମଧ୍ୟ ଚାଷ କରାଯାଉଛି । ଚାଷୀଙ୍କ କହିବା ଅନୁଯାୟୀ ଏମାନେ ଏହାକୁ ପରୀକ୍ଷା ମୂଳକ ଭାବେ କରିଥିଲେ । ତରଭୁଜ ଚାଷରେ କ୍ଷତି ହେଲେ ସୂର୍ଯ୍ୟମୁଖୀରେ କ୍ଷତି ଭରଣା ହେବ । କିନ୍ତୁ ସୂର୍ଯ୍ୟମୁଖୀ ଭଲ ହେବା ସହ ତରଭୁଜ ମଧ୍ୟ ଭଲ ହୋଇଛି । ଯାହାକୁ ନେଇ ଭଲ ରୋଜଗାର ହେବ ବୋଲି ମଧ୍ୟ ଆଶା ରଖିଛନ୍ତି ଚାଷୀ ।

ଚଳିତ ବର୍ଷ ଅଧିକ ଖରା ସାଙ୍ଗକୁ ଗରମ ଅଧିକ ଅନୁଭୂତ ହେଉଥିବାରୁ ତରଭୁଜର ଚାହିଦା ଭଲ ରହିଛି । ଯେଉଁଥିପାଇଁ ଚାଷୀମାନେ ୨ ପଇସା ରୋଜଗାର କରି ଲାଭବାନ ହେଉଛନ୍ତି । ଚାଷୀମାନେ କହିଛନ୍ତି ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ଦରରେ ବିକ୍ରି ହେଉଛି । ଯଦି ତରଭୁଜ ବିକ୍ରି କଥା କହିବା ତାହେଲେ ବିକ୍ରି କୌଣସିର ଅସୁବିଧା ନାହିଁ । ବେପାରୀମାନେ ନିଜେ ଆସି ବଗିଚାର ନେଇଯାଉଛନ୍ତି ବୋଲି କହୁଛନ୍ତି ଚାଷୀ । ଆଗକୁ ଭଲ ରୋଜଗାର ହେବ ବୋଲି ଆଶା ରହିଛନ୍ତି ଏହି ୫ ଜଣ ଚାଷୀ ।