fbpx
BJD SKY
BJD SKY

Fastag KYC ର ବଢିଲା ଡେଡଲାଇନ, NHAI ଦେଲା ଆଶ୍ୱସ୍ତି- ଜାଣନ୍ତୁ ଅପଡେଟର ଶେଷ ତାରିଖ

BJD

ନୂଆଦିଲ୍ଲୀ: ଫାଷ୍ଟଟ୍ୟାଗ କେୱାଇସିର ଶେଷ ତାରିଖ ପୁଣି ଥରେ ବଢାଯାଇଛି । ଫାଷ୍ଟଟ୍ୟାଗ କେୱାଇସି ଅପଡେଟ କରିବା ଲାଗି ଆଜି ଶେଷ ତାରିଖ ଥିଲା, ଯାହାକୁ ଜାତୀୟ ରାଜପଥ ପ୍ରାଧିକରଣ ବଢାଇଦେଇଛି । ବର୍ତ୍ତମାନ ମାର୍ଚ୍ଚର ମାସର ଶେଷ ତାରିଖ ପର୍ଯ୍ୟନ୍ତ ଫାଷ୍ଟଟ୍ୟାଗ କେୱାଇସି ଅପଡେଟ କରିପାରିବେ ।

ପ୍ରାରମ୍ଭରୁ ଏହା ଆଶା କରାଯାଉଥିଲା ଯେ, ପେଟିଏମ ପେମେଣ୍ଟସ ବ୍ୟାଙ୍କର ସଂକଟ ମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ ଫାଷ୍ଟଟ୍ୟାଗ କେୱାଇସିକୁ ପୂରା କରିବାର ସମୟ ସୀମା ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଏହା ପୂର୍ବରୁ ଜାତୀୟ ରାଜପଥ ପାଇଁ ନୋଡାଲ ଏଜେନ୍ସି ୨୯ ଫେବୃଆରୀକୁ ଶେଷ ତାରିଖ ରଖିଥିଲେ ଏବଂ ଫାଷ୍ଟଟ୍ୟାଗ ଉପଯୋଗକର୍ତ୍ତାଙ୍କୁ ‘ଏକ ବାହନ-ଏକ ଫାଷ୍ଟଟ୍ୟାଗ’ ପ୍ରଣାଳୀରେ ଟ୍ରାନ୍ସଫର ହେବା ପାଇଁ କହିଥିଲେ ।

ଏକ ବରିଷ୍ଠ ଅଧିକାରୀ ନ୍ୟୁଜ ଏଜେନ୍ସି ପିଟିଅଙ୍କୁ କହିଛନ୍ତି ଯେ, Paytm FASTag ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏହାର ଶେଷ ସମୟ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି।

Get real time updates directly on you device, subscribe now.