fbpx

ଧର୍ମେନ୍ଦ୍ର ଓ ଅଶ୍ଵିନୀଙ୍କ ବଢୁଛି ଲୋକପ୍ରିୟତା: ଇଣ୍ଡିଆନ ଏକ୍ସପ୍ରେସ ସର୍ଭେ ରିପୋର୍ଟ

ଓଡ଼ିଶା ଭାସ୍କର: ପ୍ରାୟତଃ ଅନେକ ସମୟରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ଅନେକ ସାରା ସର୍ଭେ କରାଯାଇଥାଏ । ଏହିପରି ଦେଶର ଏକ ପ୍ରମୁଖ ଗଣମାଧ୍ୟମ ‘ଇଣ୍ଡିଆନ ଏକ୍ସପ୍ରେସ’ ନିକଟରେ ଗୋଟିଏ ସର୍ଭେ କରିଥିଲା। ଯାହାର ନାମ ଥିଲା ଇଣ୍ଡିଆନ ଏକ୍ସପ୍ରେସ ମୋଷ୍ଟ ପାୱାର ଫୁଲ ଇଣ୍ଡିଆନସ୍ ୧୦୦ ରେଟିଂ । ତେବେ ପ୍ରତିବର୍ଷ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଏହିଭଳି ଏକ ସର୍ଭେ କରଯାଇଥାଏ । ଆଉ ଚଳିତ ୨୦୨୪ ସର୍ଭେ ରିପୋର୍ଟରେ ଦେଖିବାକୁ ମିଳିଛି କିଛି ଭିନ୍ନ ଚିତ୍ର। ଏଥିରେ ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରେଟିଂ କ୍ରମାଗତ ବଢୁଥିବା ଦେଖିବାକୁ ମିଳିଛି।

୨୦୨୩ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଷ୍ଟ ପାୱାର ଫୁଲ ଇଣ୍ଡିଆନସ୍ ୧୦୦ ରେଟିଂରେ ୫୯ ନମ୍ବରରେ ଥିଲା ବେଳେ ୨୦୨୪ ରେ ଆଗକୁ ଯାଇ ୩୩ ନମ୍ବରରେ ରହିଛନ୍ତି । ସେହିପରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୩ ରେ ଏହି ଲିଷ୍ଟ ର ୧୯ ନମ୍ବରରେ ଥିବା ବେଳେ ୨୦୨୪ ରେ ଉପରକୁ ଉଠି ୧୩ ନମ୍ବରରେ ପହଞ୍ଚିଛନ୍ତି। ତେବେ ଓଡ଼ିଶା ରାଜନୀତି ଓ ଜାତୀୟ ରାଜନୀତିରେ ଉଭୟଙ୍କ ଦବଦବା ମଧ୍ୟ ବଢ଼ିବାରେ ଲାଗିଛି ।

ସୂଚନା ଥାଉକି, ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ପ୍ରକାଶିତ ୧୦୦ ରେଟିଂ ତାଲିକାରେ ସବୁଠୁ ଶକ୍ତିଶାଳୀ ଭାରତୀୟ ମଧ୍ୟରେ ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏବଂ ଦ୍ୱିତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ତୃତୀୟରେ ଆରଏସ୍ଏସର ମୁଖ୍ୟ ମୋହନ ଭାଗବତ। ଅପରପକ୍ଷେ ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛନ୍ତି ଭାରତର ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ଼ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ସେପଟେ ଷଷ୍ଠ ସ୍ଥାନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସପ୍ତମ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅଷ୍ଟମ ସ୍ଥାନରେ ନିର୍ମଳା ସୀତାରମଣ, ନବମ ସ୍ଥାନରେ ଜେପି ନଡ୍ଡା ଏବଂ ଦଶମ ସ୍ଥାନରେ ଗୌତମ ଆଦାନୀ ରହିଛନ୍ତି।

Get real time updates directly on you device, subscribe now.