fbpx

ଉପବାସର ଟିପ୍ସ : ଶ୍ରାବଣ ମାସରେ ବ୍ରତ ବେଳେ ଧ୍ୟାନ ରଖନ୍ତୁ ଏହି ଜିନିଷ, ଜାଣିନିଅନ୍ତୁ କଣ ରହିଛି ଫାଇଦା ….?

ନୂଆଦିଲ୍ଲୀ : ଶ୍ରାବଣ ମାସ ଆଜିଠାରୁ ଆରମ୍ଭ । ଏହି ମାସରେ ଭକ୍ତ ସୋମବାର ଦିନ ବ୍ରତ ରଖନ୍ତି । ଚଳିତବର୍ଷ ଶ୍ରାବଣ ମାସ ୫୯ ଦିନ ବା ଦୁଇ ମାସ ରହିଛି । ଏହାକୁ ଯୋଡା ଶ୍ରାବଣ ବୋଲି କୁହାଯାଏ । ଏହି ବର୍ଷ ଯୋଡା ଶ୍ରାବଣରେ ୮ଟି ସୋମବାର ପଡିଛି । ତେଣୁ ଭକ୍ତ ଏଥିରେ ଥିବା ୮ଟି ସୋମବାରର ବ୍ରତ ପାଳନ କରିବେ । ଏମିତିରେ ଯୋଉଁ ଲୋକ ବ୍ରତ ରଖିବେ ସେମାନଙ୍କୁ ଥକା ଏବଂ କମଜୋର ଲାଗିପାରିବ । ଏଭଳି ଲୋକଙ୍କୁ ଖାଇବାରେ କିଛି ଜିନିଷ ମଶାଇବାର ଅଛି, ଯାହାଦ୍ୱାରା ସେମାନେ ସୁସ୍ଥ ରହିବେ ଏବଂ ଶରୀରକୁ ଶକ୍ତି ଠିକ ପରିମାଣରେ ମିଳିପାରିବ । ଏହା ବ୍ୟତୀତ ଶରୀରକୁ ହାଇଡ୍ରେଟ ମଧ୍ୟ ରଖିବ ।

ଆସନ୍ତୁ ଜାଣିବା ବ୍ରତ ସମୟରେ କଣ ଖାଇବା ଏବଂ କଣ ନଖାଇବା :

୧. ନିଜକୁ ହାଇଡ୍ରେଟ ରଖନ୍ତୁ : ବ୍ରତ ସମୟରେ ନିଜକୁ ହାଇଡ୍ରେଟ ରଖନ୍ତୁ । ବିଶେଷଜ୍ଞ କହିବା ଅନୁସାରେ, ଲେମ୍ଭୁ ପାଣି, ଲସି ବା ନଡିଆ ପାଣି ପିଇ ଦିନର ଆରମ୍ଭ କରି ପାରିବେ । ଶରୀରରେ ପଣିର ମାତ୍ରା କମିଲେ କମଜୋର, ମୁଣ୍ଡ ବ୍ୟଥା ବା ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇପାରେ । କିନ୍ତୁ ଯଦି ଆପଣ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ଦିନ ସାରା ଅଧିକ ପାଣି ପିଇବେ ତେବେ ପୁରା ଦିନ ନିଜକୁ ସୁସ୍ଥ ମନେ କରିବେ ।

୨. ଫଳ ଏବଂ ଡ୍ରାଏଫ୍ରୃଡସ ଖାଆନ୍ତୁ : ବ୍ରତ ଦିନ ଶକ୍ତିଶାଳୀ ରହିବା ପାଇଁ ହେଲେ ଆପଣଙ୍କୁ ପୃଷ୍ଠିକର ଖାଦ୍ୟ ଖାଇବାକୁ ହେବ । ଏହା ପାଇଁ ଆପଣ ଫଳ ଏବଂ ଡ୍ରାଏଫ୍ରୃଡସ ଖାଆନ୍ତୁ । ଆପଣ ନିଜର ଡାଏଟରେ ସେଓ, କଦଳୀ, ଚିକୁ, ଅଙ୍ଗୁର ଆଦି ଫଳ ସାମିଲ କରନ୍ତୁ । ଏହି ସବୁ ଖାଦ୍ୟରେ ପ୍ରୋଟିନ, ଫାଇବର ଭରପୂର ହୋଇଥାଏ । ଏହି ଖାଦ୍ୟ ଖାଇବା ଦ୍ୱାରା ବ୍ରତରେ ଆପଣ କମଜୋର ଅନୁଭବ କରିବେ ନାହିଁ ।

୩. ଦ୍ୱିପହରରେ ଖାଆନ୍ତୁ ଦହି : ଦ୍ୱିପହର ସମୟରେ ପେଟକୁ ପୂର୍ଣ୍ଣ ରଖିବା ପାଇଁ ଦହିର ସେବନ କରନ୍ତୁ । ଦହିଟି ପ୍ରୋ-ବାୟୋଟିକ ଖାଦ୍ୟ ଅଟେ । ଏହି ସମୟରେ ଦହି ଖାଇବା ସହିତ ଆପଣ ଫଳ ମଧ୍ୟ ଖାଇପାରିବେ । ଏହା ଖାଇବା ଦ୍ୱାରା ଶରୀରରେ ପାଣି କମ ହୁଏ ନାହିଁ ।

୪. ବ୍ରତ ପରେ ଭାରି ଖାଦ୍ୟ ଖାଆନ୍ତୁ ନାହିଁ : ବ୍ରତ ଖୋଲିବା ସମୟରେ ଭାରି ଖାଦ୍ୟ ଖାଆନ୍ତୁ ନାହିଁ । ଏହି ମାସରେ ତେଲଯୁକ୍ତ ଖାଦ୍ୟ, ଅଧିକ ଚିନି ବା ଲୁଣ ଥିବା ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ । ଏଭଳି ଖାଦ୍ୟ ଖାଇବା ଦ୍ୱାରା ହଜମ ସହ ଜଡିତ ସମସ୍ୟା ହୋଇପାରେ ।

Get real time updates directly on you device, subscribe now.