fbpx

Beer ପାଇଁ ଶରୀରରେ ବୃଦ୍ଧି ପାଉଛି ଚର୍ବି: ମଦ ପିଉଥିଲେ ଏବେଠୁ ହୋଇଯାଆନ୍ତୁ ସାବାଧାନ! ହୋଇପାରେ ବଡ଼ ସମସ୍ୟା

ଓଡିଶା ଭାଷ୍କର: ମଦ କିମ୍ବା କୌଣସି ନିଶା ଦ୍ରବ୍ୟ ସ୍ୱାସ୍ଥ୍ୟ ପକ୍ଷେ ଖୁବ କ୍ଷତିକାରକ ବୋଲି ସମସ୍ତେ ଜାଣିଛନ୍ତି । ତେବେ ବର୍ତ୍ତମାନ ଗ୍ରୀଷ୍ମ ସମୟରେ କିଛି ଲୋକମାନେ ଅଧିକ ଥଣ୍ଡା ବିୟର ପିଇବାକୁ ପସନ୍ଦ କରିଥାନ୍ତି । ଏହାକୁ ପିଇବା ଦ୍ୱାରା ପେଟରେ ଚର୍ବି ବଢିଥାଏ ବୋଲି ଏକ ଡାକ୍ତରୀ ରିପୋର୍ଟରେ ଜଣାପଡିଛି । ତେବେ ବିଅର ପିଇବା ଦ୍ୱାରା ପ୍ରକୃତରେ ପେଟରେ ଚର୍ବି ବଢେ କି ନାହିଁ ଏହା ସମ୍ପର୍କରେ କିଛି ତଥ୍ୟ ଜାଣନ୍ତୁ ।

ବିୟର ପିଇବା ଦ୍ୱାରା ପେଟରେ କ୍ଷତି ଘଟେ କି?

ଏକ ଡାକ୍ତରୀ ରିସର୍ଚ୍ଚ ଟିମ କହିଛନ୍ତି ଯେ, ପେଟରେ ଜମା ହୋଇଥିବା ଚର୍ବି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜ୍ଜନକ ହୋଅଥାଏ । ଅଧିକ ବିଅର ପିଇବା ପେଟ ପାଇଁ କ୍ଷତି ପହଞ୍ଚାଇଥାଏ । ଖାଲି ପେଟରେ ବିଅର ପିଇବା ଦ୍ୱାରା ଅନେକ ଶରୀର ପାଇଁ ହାନି ହୋଇଥାଏ । କିନ୍ତୁ କମ ପରିମାଣରେ ବିଅର ପିଇଲେ ପେଟରେ ବର୍ବି ହୁଏ କି ନାହିଁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଅନୁସନ୍ଧାନରୁ ଜଣା ପଡିନାହିଁ । କିନ୍ତୁ ଏହା ମୃଦ୍ୟୁ ପାନୀୟ ହୋଇଥିବାରୁ ପିଇବା ଦ୍ୱାରା ଓଜନ ବୃଦ୍ଧି ହୁଏ ବୋଲି ପ୍ରମାଣିତ ହୋଇଛି । ଖରାରେ ଶରୀରକୁ ଥଣ୍ଡା ରଖିବା ପାଇଁ ଅନେକ ବିଅର ପିଇଥାନ୍ତି । ଏହା ପିଇବା ଦ୍ୱାରା ଭୋକ ମଧ୍ୟ କମ ହୋଇଯାଇଥାଏ । ଏଥିରେ ଥିବା ଏଥିରେ ଥିବା ଅଧିକ ଫ୍ୟାଟ, ମେଟାବୋଲିଜିମ ଶରୀରରେ ଚର୍ବି ବଢାଏ । ତେଣୁ ଅତ୍ୟଧିକ ବିଅର ପିବାରୁ ନିବୃତ୍ତ ରହିଲେ ଆପଣଙ୍କର ଶରୀର ପାଇଁ ଲାଭ ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିନୁସାରେ , ବିଅରେ ଅତ୍ୟଧିକ କ୍ୟାଲୋରୀ ଥିବାରୁ ଏହା ଶରୀର ପାଇଁ କ୍ଷତି କାରକ ହୋଇଥାଏ । କାରଣ ଦରକାରରୁ ଅଧିକ କ୍ୟାଲେରୀ ଦେହ ପାଇଁ ହାନିକାରକ ହୋଇଥାଏ । ଅଥିକ ମଦ୍ୟପାନ, ମିଠା ଜିନିଷ, ତୈଳଯୁକ୍ତ ଖାଦ୍ୟରେ କ୍ୟାଲୋରୀ ଅଧିକ ଥିବାରୁ ଚର୍ବି ବଢାଇବାରେ ସହାୟକ ହୁଏ । ଏହାର ଅର୍ଥ ହେଉଛି ଦରକାରରୁ ଅଧିକ କ୍ୟାଲୋରୀ ଶରୀରରେ ନେବା ପରବର୍ତ୍ତୀ ମୂହୁର୍ତ୍ତରେ ଯଦି ପରିଶ୍ରମ ନକରିବା ତେବେ ଏହା ଚର୍ବିରେ ପରିଣତ ହୋଇଥାଏ ।

ଏଥିରୁ କିପରି ମିଳିବ ମୁକ୍ତି?

ସର୍ବପ୍ରଥମେ ପେଟରୁ ଚର୍ବି କମାଇବାକୁ ହେଲେ ଅଧିକ କ୍ୟାଲୋରୀ ଥିବା ଖାଦ୍ୟକୁ କମେଇବା ପାଇଁ ଚେଷ୍ଟା କରନ୍ତୁ । କ୍ୟାଲୋରୀ କମ କରିବା ପାଇଁ ଶାରୀରିକ ପରିଶ୍ରମ କରନ୍ତୁ । ଯୋଗ ,ବ୍ୟାୟାମ କରନ୍ତୁ । ସବୁଜ ପନିପରିବା, ଫଳମୂଳ ଖାଆନ୍ତୁ । ଯଦି ମଦ୍ୟପାନ କରୁଛନ୍ତି ତେବେ କମ ପରିମାଣରେ ପିଇବା ପାଇଁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଏକ ସୁସ୍ଥ ଜୀବନ ବଞ୍ଚି ପାରିବେ ।

Get real time updates directly on you device, subscribe now.