fbpx

ବାପାଙ୍କର ଥିଲା ଜୋତା ଦୋକାନ: ଏବେ IPLରେ ଜଲୱା ଦେଖାଉଛନ୍ତି ପୁଅ, ଦଳକୁ ଦେଲେ ବିଜୟ ଭେଟି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(IPL) । ଏହି ମଞ୍ଚରେ ମାତ୍ର କେଇଟା ବଲ ବଦଳାଇ ଦିଏ ଗୋଟିଏ ଖେଳାଳିର ପରିଚୟ । ତେବେଳେ ହିରୋକୁ ଜିରୋ ତ କେତେବେଳେ ଜିରୋରୁ ହିରୋ ବନେଇ ଦିଏ ଓଚଖ । ଏମିତି ଏକ ଉଦାହରଣ ପାଲଟିଛନ୍ତି ଗତକାଲି ମ୍ୟାଚର ଜଣେ ଷ୍ଟାର ଖେଳାଳି । ଲିଗର ଚତୁର୍ଥ ମ୍ୟାଚ ଲକ୍ଷେ୍ନø ଏବଂ ଗୁଜୁରାଟ ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ ଗୁଜୁରାଟ ଟାଇଟନ୍ସ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଅନେକ ଷ୍ଟାର ଥିଲେ, କିନ୍ତୁ ମ୍ୟାଚର ମୋଡ ବଦଳାଇ ଦେଇଥିବା ଖେଳାଳି ଜଣକ ହେଉଛନ୍ତି ଗୁଜୁରାଟର ଅଭିନବ ମନୋହର । ମାତ୍ର ୭ ଟି ବଲରେ ମ୍ୟାଚର ମୋଡ ବଦଳାଇ ଦେଇଥିଲେ ଅଭିନବ । ତେବେ କିଏ ଏହି ଅଭିନବ ଏବଂ ତାଙ୍କ ପରିଚୟ ଆସନ୍ତୁ ଜାଣିବା ।

IPL 2022: Gujarat Is Fascinated By 'Fancy' Manohar Hardik Pandya Happy With Abhinav Manohar IG News - IG News

ଗୋଟିଏ ମ୍ୟାଚରେ ସମସ୍ତଙ୍କ ମନ କିଣିଥିବା ମନୋହରଙ୍କ ପିତା ଏକ ଜୋତା ଦୋକାନ ଚଳାଉଥିଲେ । କିନ୍ତୁ କପଡା ବ୍ୟବସାୟ କରୁଥିବା ତାଙ୍କର ଜଣେ ବନ୍ଧୁ ତାଙ୍କୁ କ୍ରିକେଟ ଜଗତକୁ ଟାଣି ଆଣିଥିଲେ । ବନ୍ଧୁଙ୍କ ପ୍ରୟାସରେ କ୍ରିକେଟ ଏକାଡେମୀ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ ମନୋହର । ଏହାପରେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢି ଚାଲିଲେ ଅଭିନବ । ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ତାଭ୍କ ବ୍ୟାଟ ଖୁବ ଗର୍ଜିଥିଲା । କର୍ଣ୍ଣାଟକ ଟିମରେ କିଛି ବଡ ଖେଳାଳିଙ୍କ ଅନୁପସ୍ଥିତି ଅଭିନବଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା । ଏହାପରେ ଓଚଖରେ ୨.୬୦ କୋଟି ଟଙ୍କାରେ ଗୁଜୁରାଟ ସହିତ ଯୋଡି ହୋଇଥିଲେ ମନୋହର । ପ୍ରଥମ ମ୍ୟାଚରେ ହିଁ ୭ଟି ବଲରେ ମ୍ୟାଚର ମୋଡ ବଦଳାଇ ଦେଇଥିଲେ ଏହି ଖେଳାଳି ।

Abhinav Manohar Is Someone You Are Going To Hear About In Future: Hardik Pandya

ମ୍ୟାଚରେ ଶେଷ ୩୦ ବଲରେ ୬୮ ରନ ଆବଶ୍ୟକ କରୁଥିଲା ଗୁଜୁରାଟ ଟାଇଟନ୍ସ । ଡେଭିଡ ମିଲର ଏବଂ ରାହୁଲ ତେୱାତିଆ ଯୋଡି ଲକ୍ଷେ୍ନø ଉପରେ ଭାରି ପଡିଥିଲେ । କିନ୍ତୁ ଏହି ସମୟରେ ପାଭିଲିୟନ ଫେରିଥିଲେ ମିଲର । ମଇଧାନକୁ ଆସିଲେ ଅଭିନବ ମନୋହର ଏବଂ ରାହୁଲ ତେୱାତିଆଙ୍କ ସହ ମିଶି ମ୍ୟାଚ ଫିନିଶ କରିଥିଲେ । ତେବେ ଏହି ପରୀପ୍ରେକ୍ଷୀରେ ସେ ମାତ୍ର ୭ଟି ବଲ ଖେଳିଥିଲେ । କିନ୍ତୁ ୩ ଚୌକା ସହ ୧୫ ରନ କରି ଦଳ ପାଇଁ ବିଜୟର ଖୁବ ସହଜ କରି ଦେଇଥିଲେ ମନୋହର । ତାଙ୍କର ଏହି ପାରିକୁ ନେଇ କୁବ ପ୍ରଶଂସା କରିଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ନିଜ ଟାଲେଣ୍ଟ ଏବଂ ଖେଳ କୌଶଳରେ ସେ ଅନେକ ଜଣଙ୍କୁ ପ୍ରଭାବିତ କରପାରିବେ ବୋଲି ହାର୍ଦ୍ଦିକ ମତ ରଖିଛନ୍ତି ।

Get real time updates directly on you device, subscribe now.