fbpx

ବନ୍ଧାହେଲେ ରସିକିଆ ଅଜା: ପ୍ରଲୋଭନ ଦେଖାଇ କରିଥିଲେ ନାତୁଣୀଙ୍କୁ ଗଭର୍ବତୀ

ବାଲିଚନ୍ଦ୍ରପୁର, ୨ା୨ (ଓଡିଶା ଭାସ୍କର): ରସିକିଆ ପଣ ଯୋଗୁଁ ଜଣେ ଅଜାଙ୍କୁ ଜେଲକୁ ଯିବାକୁ ପଡ଼ିଛି । ବଡ଼ଚଣା ବ୍ଲକ ଅନ୍ତର୍ଗତ ଅଚ୍ୟୁତବସନ୍ତ ପଞ୍ଚାୟତରେ ଏହି ଅଭାବନୀୟ ଘଟଣାଟି ଘଟିଛି । ତେବେ ୨୮ ବର୍ଷୀୟ ରସିକିଆ ଅଜା ପୁରସ୍ତମ ଦେହୁରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପୁରସ୍ତମ ଦେହୁରୀ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇଜଣ ସନ୍ତାନ ଅଛନ୍ତି । ଅଚ୍ୟୁତ ବସନ୍ତ ଅଞ୍ଚଳର ଜଣେ ସମ୍ପର୍କୀୟା ନାତୁଣୀଙ୍କୁ ପୁରସ୍ତମ ବିଭିନ୍ନ ପ୍ରଲୋଭନ ଦେଖାଇ ଗର୍ଭବତୀ କରିଥିଲେ । ପରିବାର ଲୋକେ ଝିଅର ଚାଲିଚଳନ ନେଇ ସନ୍ଦେହ କରି ପରେ ସେ ଗର୍ଭବୀତ ଥିବା ଜାଣିପାରିଥିଲେ । ଏନେଇ ବାଲିଚନ୍ଦ୍ରପୁର ଥାନାରେ ଏକ ମାମଲା ଦାୟର କରାଯାଇଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ କରି ରସିକିଆ ଅଜା ପୁରସ୍ତମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.