ପୁଅ ମୃତ୍ୟୁର ୫ ଦିନ ପରେ ବୋହୂକୁ ବିବାହ କଲା ଶ୍ୱଶୁର, ଭାଇରାଲ ହେଉଛି ଫଟୋ!

ଫ୍ୟାକ୍ଟ ଚେକ୍ ରୁ ଜଣା ପଡ଼ିଲା ସତ।

ଉତ୍ତରପ୍ରଦେଶ: ପୁଅ ମୃତ୍ୟୁର ୫ ଦିନ ପରେ ବୋହୂକୁ ବିବାହ କଲା ନିଜର ବୃଦ୍ଧ ଶ୍ୱଶୁର। ଏକଥାଟି ପ୍ରକୃତରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା। ହେଲେ ଏବେ ଏମିତି ଏକ ଫଟୋ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି।

ଯାହାକୁ କିଛି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା ବ୍ୟକ୍ତି ଦାବି କରୁଛନ୍ତି ଯେ, ଏହି ଫଟୋରେ ଦେଖାଯାଉଥିବା ବ୍ୟକ୍ତି ଏବଂ ମହିଳା ପ୍ରକୃତରେ ଶ୍ୱଶୁର-ବୋହୂ। ଏବଂ ତାଙ୍କ ପୁଅର ମୃତ୍ୟୁ ପରେ ସେମାନେ ବିବାହ କରିଛନ୍ତି।

ବୋହୂକୁ ବାହା ହେଲେ ଶ୍ୱଶୁର: ତେବେ ଆଜିକାଲି ସୋସିଆଲ ମିଡିଆରେ ମିଛ ଦାବି ସହିତ କିଛି ବି ଭାଇରାଲ କରିବା ବହୁତ ସହଜ। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ପ୍ରକାରର ଦାବି କରାଯାଏ। ଏହି ଦାବିଗୁଡ଼ିକ ମଧ୍ୟରୁ ଅନେକ ସମ୍ପୂର୍ଣ୍ଣ ମିଥ୍ୟା।

ସୋସିଆଲ ମିଡିଆ ୟୁଜରମାନେ ନିଜେ ଭିଡିଓ ଏବଂ ଫଟୋ ତିଆରି କରି ଅପଲୋଡ୍ କରନ୍ତି। ସେମାନେ ଏହା ଉପରେ ଅଜବ ଦାବି ମଧ୍ୟ କରନ୍ତି। ଏପରି ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି।

ଜଣେ ବୃଦ୍ଧ ଏବଂ ଜଣେ ଯୁବତୀଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜରମାନେ ଏହି ଫଟୋଗୁଡ଼ିକୁ ସେୟାର କରି ଦାବି କରୁଛନ୍ତି ଯେ ଉତ୍ତର ପ୍ରଦେଶର ଦେଓରିଆରେ ଶକିଲ ନାମକ ଜଣେ ମୁସଲିମ ବ୍ୟକ୍ତି ତାଙ୍କ ପୁଅର ମୃତ୍ୟୁର ମାତ୍ର ୫ ଦିନ ପରେ ତାଙ୍କ ବୋହୂଙ୍କୁ ବିବାହ କରିଛନ୍ତି।

ଫ୍ୟାକ୍ଟ ଚେକ୍: ହେଲେ ଫ୍ୟାକ୍ଟ ଚେକ୍ ରୁ ଭାଇରାଲ୍ ଦାବିଟି ନକଲି ବୋଲି ଜଣାପଡ଼ିଥିଲା। ତଦନ୍ତରୁ ଜଣାପଡିଛି ଯେ ଏହି ଫଟୋଟି ସତ ନୁହେଁ। ବରଂ ୨୦୧୭ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ।

ଫଟୋରେ ଦେଖାଯାଉଥିବା ବ୍ୟକ୍ତିଙ୍କ ନାମ ରାଜେଶ କୁମାର ହିମତସିଙ୍କା, ଯିଏ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କଠାରୁ ପ୍ରାୟ ୪୦-୪୫ ବର୍ଷ ସାନ ଝିଅକୁ ବିବାହ କରିଥିଲେ।

ଏହି ପୁରୁଣା ଫଟୋଟି ଏବେ ସୋସିଆଲ ମିଡିଆ ୟୁଜରମାନେ ଏକ ଭ୍ରାମକ ଦାବି ସହିତ ସେୟାର କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଜଣେ ୟୁଜର ୧୧ ଜୁଲାଇ ୨୦୨୫ରେ ଭାଇରାଲ ହୋଇଥିବା ଫଟୋଟି ସେୟାର କରି ଲେଖିଥିଲେ, “ୟୁପିର ଦେଓରିଆର ବାସିନ୍ଦା ମହମ୍ମଦ ଶକୀଲଙ୍କ ବିଷୟରେ।