ବାପା ଭୁଲିଗଲା ରକ୍ତ ସମ୍ପର୍କ, ପୁଅକୁ ଛୁରୀ ଭୁସି ହତ୍ୟା କଲା

ସ୍ବାମୀ ସ୍ତ୍ରୀ ଝଗଡା ଭିତରେ ଆସିଲା ପୁଅ । ରାଗି ଯାଇ ହତ୍ୟା କଲା ବାପା ।

ଭୁବନେଶ୍ବର: ସୋରରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଜଣେ ନାବାଳକ ପୁଅକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଛି ବାପା । ଖଇରା ଥାନା ନରମା ଗାଁରେ ଦେଖାଯାଇଛି ଏହି ଅଭାବନୀୟ ଘଟଣା ।

ଖବର ଅନୁସାରେ, ମାଆକୁ ସପୋର୍ଟ କରିବା ସମୟରେ ବଳି ପଡିଲା ପୁଅ । ସ୍ବାମୀ ସ୍ତ୍ରୀ ଝଗଡା ଲାଗିବା ସମୟରେ ପୁଅ ବିରୋଧ କରିଥିଲା । ଫଳରେ ବାପା ରାଗିଯାଇ ଏକ ଛୁରୀ ଆଣି ହତ୍ୟା କରିଥିଲା ।

ତେବେ ବାପା ନିଶାସକ୍ତ ଅବସ୍ଥାରେ ଏଭଳି କରିଥିବା ସୂଚନା ରହିଛି । ତେବେ ନାବାଳକ ପୁଅକୁ ହତ୍ୟା କରି ବାପା ଘଟଣାସ୍ଥଳରୁ କେଉଁ ଆଡେ ଫେରାର ହୋଇଯାଇଥିବା ସୂଚନା ରହିଛି ।

ତେବେ ନିଶାସକ୍ତ ଅବସ୍ଥାରେ ବାପା ରକ୍ତ ସମ୍ପର୍କକୁ ମଧ୍ୟ ଭୁଲି ଯାଇଥିବା ଦେଖାଯାଇଛି । ଏହି ଘଟଣା ବର୍ତ୍ତମାନ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ମାଆର ପ୍ରତିକ୍ରିୟା ମିଳିପାରି ନାହିଁ ।