ଗୁଣପୁର ଗାଁ ଦାଣ୍ଡରେ ପଡ଼ିରହିଛି ବାପ-ପୁଅଙ୍କ ଶବ, ସରପଞ୍ଚଙ୍କ ସ୍ୱାମୀ, ଶ୍ୱଶୁରଙ୍କୁ ନିର୍ମମ ହତ୍ୟା

ଗୁଣପୁର: ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ନିର୍ମନ ହତ୍ୟା । ପଦ୍ମପୁର ଥାନା ସାରିଗାଡ଼ା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।

ଲିକିଟିପଦର ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ଜୀବନରୁ ମାରିଦେଇଥିବା ସୂଚନା । ମୃତକମାନେ ହେଲେ ଅଗାଧୁ ଗମାଙ୍ଗ ଏବଂ ସମରା ଗମାଙ୍ଗ ।

ଗାଁ ଦାଣ୍ଡରେ ପଡ଼ି ରହିଛି ବାପ-ପୁଅଙ୍କ ମୃତଦେହ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପଦ୍ମପୁର ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୋଲିସର ତଦନ୍ତ ଜାରି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି ।