“ମୋତେ ରକ୍ଷା କର… ମୋ ପରିବାର ଲୋକ ମୋତେ ମାରିଦେବେ…” ପ୍ରେମିକାର ଶେଷ ମେସେଜ୍ ଖୋଲିଲା ଗୁମର

ଗୁରୁରାଟରେ ଜଘନ୍ୟ ହତ୍ୟାକାଣ୍ଡ । ନିଜ ଜନ୍ମକଲା ଝିଅକୁ ଜୀବନରୁ ମାରିଦେଲେ ବାପା, ଦାଦା ।

ଅହମଦାବାଦ୍: ଗୁଜୁରାଟରୁ ଏକ ଲୋକଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଘର ଲୋକଙ୍କ କଥାରେ ବାହା ହେବାକୁ ରାଜି ନ ହେବାରୁ ଯୁବତୀଙ୍କୁ ଜୀବନରୁ ମାରିଦେଲେ ବାପା, ଦାଦା ।

ଗୁରୁଜରାଟ ବନସକାନ୍ଥ ଜିଲ୍ଲା ଥାରଡର ଦନ୍ତିଆରେ ଘଟିଯାଇଛି ଏ ପ୍ରକାର ଅଭାବନୀୟ ଘଟଣା । ୧୮ ବର୍ଷୀୟା ଚନ୍ଦ୍ରିକାଙ୍କୁ ତାଙ୍କ ବାପା ସୁଧାଭାଇ ପଟେଲ ଓ ଦାଦା ଶିବଭାଇ ପଟେଲ ଦୁହେଁ ମିଶି ହତ୍ୟା କରିଥିବା ପୋଲିସ କହିଛି ।

ଚନ୍ଦ୍ରିକା ଓ ହରିସ ଚୌଧୁରୀ ପରସ୍ପରକୁ ଭଲ ପାଉଥିଲେ । ଯାହାକୁ ବିରୋଧ କରୁଥିଲା ଚନ୍ଦ୍ରିକାଙ୍କ ପରିବାର । ଜୁନ୍ ୨୪ ତାରିଖ ଦିନ ରାତିରେ ହରିଶଙ୍କ ଫୋନକୁ ଶେଷ ମେସେଜ୍ କରିଥିଲେ ଚନ୍ଦ୍ରିକା ।

ଯେଉଁଥିରେ ସେ ଲେଖିଥିଲେ, “ମୋତେ ଆସି ନେଇଯାଅ; ମୋ ପରିବାର ଲୋକ ମୋ ଇଚ୍ଛା ବିରୋଧରେ ବାହା କରିବାକୁ ଚାହୁଁଛନ୍ତି । ଯଦି ମୁଁ ସେମାନଙ୍କ କଥାରେ ରାଜି ନ ହୁଏ, ତେବେ ସେମାନେ ମୋତେ ଜୀବନରୁ ମାରିଦେବେ । ମୋତେ ରକ୍ଷା କର”

ମେସେଜ ପାଇବାର କିଛି ଘଣ୍ଟା ପରେ ହରିସ ତୁରନ୍ତ ଚନ୍ଦ୍ରିକାଙ୍କ ଘରେ ପହଞ୍ଚିଲାବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । ମୃତଦେହ ଆଖପାଖ ସ୍ଥିତିକୁ ଦେଖି ଆତ୍ମହତ୍ୟା ଭଳି ଲାଗୁଥିବାବେଳେ ଏହା ଆତ୍ମହତ୍ୟା ନୁହେଁ ବୋଲି ବରଂ ହତ୍ୟା କରାଯାଇଥିବା ପ୍ରେମିକ ହରିଶ ଥାନାରେ ଯାଇ ଅଭିଯୋଗ କରିଥିଲେ ।

ପରବର୍ତ୍ତୀ ମୁହୂର୍ତ୍ତରେ ପୋଲିସ ଘଟଣାର ତଦନ୍ତ କରି ଚନ୍ଦ୍ରିକାଙ୍କ ଦାଦାଙ୍କୁ ପ୍ରଥମେ ଗିରଫ କରିଛନ୍ତି । ତାଙ୍କ ବାପା ଫେରାର୍ ଥିବାବେଳେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ୍ ଜାରି ରହିଛି ।

ହତ୍ୟାକାଣ୍ଡର ପୂର୍ବଦିନ ଚନ୍ଦ୍ରିକା ହରିଶଙ୍କ ସହ ଘର ଛାଡ଼ି ପଳାଇଥିଲେ । ଏହାପରେ ଚନ୍ଦ୍ରିକାଙ୍କ ପରିବାର ଲୋକେ ଏ ନେଇ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । କିଛି ସମୟ ପରେ ଚନ୍ଦ୍ରିକା ପୁଣିଥରେ ଘରକୁ ଫେରିଥିଲେ ।

ପରଦିନ ରାତିରେ ଚନ୍ଦ୍ରିକାଙ୍କ ବାପା ପ୍ରଥମେ ତାଙ୍କ ଖାଦ୍ୟରେ ନିଶା ମିଶାଇ ବେହୋସ କରିଦେଲେ । ଏହାପରେ ସେମାନେ ଚଣ୍ଟିଚିପି ଚନ୍ଦ୍ରିକାଙ୍କୁ ମାରିଦେଲେ । ଏହାପରେ ତାଙ୍କ ମୃତଦେହକୁ ଫ୍ୟାନରେ ଝୁଲାଇ ଦେଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।