ବାପାର ପରକୀୟା ପ୍ରୀତି, ୩ ନାବାଳିକା ଝିଅ ସହ କିରୋସିନି ଢ଼ାଳି ହୋଇ ମା’ର ଆତ୍ମାହୁତି ଉଦ୍ୟମ

୩ ଛୁଆଙ୍କୁ ଧରି ମାଆର ଆତ୍ମାହୁତି ଉଦ୍ୟମ।

ସାଲେପୁର: ପୁଣି ବଡ଼ ଅଘଟଣ।  ଏକା ସାଙ୍ଗରେ ଜଳିଯାଇଥାନ୍ତେ ମା’ ସାଙ୍ଗରେ ୩ ନାବାଳିକା ଝିଅ। ହେଲେ ଭାଗ୍ୟ ଭଲ ଗାଁ ଲୋକ ଦେଖିଦେଲେ ଆଉ ଏକ ବଡ଼ ଅଘଟଣ ହେବାରୁ ବର୍ତ୍ତିଗଲା।

ନହେଲେ ଏବେ ରାଜ୍ୟରେ ଯେଉଁଭଳି ଜଳିଯିବା ଘଟଣା ଟ୍ରେଣ୍ଡ ପାଲଟିଛି ଏହି ଧାରାରେ ଆଉ ଏକ ଘଟଣା ଯୋଡ଼ି ହୋଇଯାଇଥାନ୍ତା। ହେଲେ ଏହି ଘଟଣା କିଛି ନିଆରା ହୋଇଥାନ୍ତା। କାରଣ ଏଥର ଜଣେ ନୁହେଁ ଏକାସାଙ୍ଗରେ ଜଳିଥାନ୍ତେ ୪ ଜଣ।

ହଁ ଆଜ୍ଞା ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାଲେପୁରର ନିଶ୍ଚିନ୍ତକୋଇଲି ଥାନା ବାଲିଆପଦାରେ। ସ୍ୱାମୀର ପରକୀୟା ପ୍ରୀତିକୁ ସନ୍ଦେହ କରି ଆତ୍ମାହୁତି ଉଦ୍ୟମ କରିଛନ୍ତି ସ୍ତ୍ରୀ।

ହେଲେ ସ୍ତ୍ରୀ ଜଣକ ଏକା ନୁହଁନ୍ତି ତାଙ୍କ ସାଙ୍ଗରେ ରହିଛନ୍ତି ତାଙ୍କର ୩ ଜଣ ନାବାଳିକା ଝିଅ।  ଦେହରେ କିରୋସିନି ଢ଼ାଳି ହୋଇ ଆତ୍ମାହୁତି ଉଦ୍ୟମ ବେଳେ କାବୁ କରିଛନ୍ତି ଲୋକେ।  ପରେ ମାଆ ଓ ୩ ନାବାଳିକାଙ୍କୁ ଆଣି ପୋଲିସ ପଚରାଉଚରା କରୁଛି।