ଗୋଟିଏ ଦିନରେ OSSC ସହ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି, ଅସନ୍ତୋଷ ଝାଡ଼ିଲେ ପରୀକ୍ଷାର୍ଥୀ

ଆଜି ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ସାମ୍ନାକୁ ଆସିଲା ତ୍ରୁଟି ।

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ଦୁଇଟି ବଡ଼ ପରୀକ୍ଷାରେ ତ୍ରୁଟି ଦେଖାଯାଇଛି । OSSC ପରୀକ୍ଷାରେ ତ୍ରୁଟି ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ OPSC ପରିଚାଳିତ ପରୀକ୍ଷାରେ ବି ତ୍ରୁଟି ଦେଖାଯାଇଛି ।

ନୋଟିସ୍‌ ଜରିଆରେ ତ୍ରୁଟି ସ୍ବୀକାର କଲେ OPSC କର୍ତ୍ତୃପକ୍ଷ । ଆଜି OCS ମେନ୍‌-୨୦୨୩ର ଆନ୍‌ଥ୍ରୋପୋଲୋଜିର ୨ଟି ପେପର ପରୀକ୍ଷା ରହିଥିଲା ।

ପୂର୍ବାହ୍ନ ୯ରୁ ୧୨ଟା ଆନ୍‌ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା  । ଅପରାହ୍ନ ୨ଟାରୁ ୫ଟା ଆନ୍‌ଥ୍ରୋପୋଲୋଜି ଦ୍ବିତୀୟ ପେପର୍‌ ପରୀକ୍ଷା ଥିଲା । ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଛି  ।

ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା କହିଥିଲେ ଛାତ୍ରଛାତ୍ରୀ । ପ୍ରଥମ ସିଟିଂ ପରୀକ୍ଷା ପରେ ଅସନ୍ତୋଷ ଝାଡ଼ିଲେ ପରୀକ୍ଷାର୍ଥୀ ।

ପ୍ରକାଶଥାଉକି, ଓଏସଏସସିର ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା ଥିଲା । ମାତ୍ର ସିଜିଏଲ୍‌ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ କରିଥିଲେ ।

ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରିବା ସହିତ ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଲେ ।