ଟସ୍ ନେଲା ଜୀବନ.. ବସରୁ ବନ୍ଧୁତା ଆପାର୍ଟମେଣ୍ଟରେ ହତ୍ୟା, ପରେ ମୃତଦେହ ସଙ୍ଗେ SEX କଲା ଦୁର୍ବୃତ୍ତ

କିଏନ୍ ସ୍ଥିର କଲା ମୃତ୍ୟୁ । ଆପାର୍ଟମେଣ୍ଟରେ ଯୁବତୀଙ୍କୁ ହତ୍ୟା ପରେ ମୃତଦେହ ସହିତ ଶାରିରୀକ ସମ୍ପର୍କ ।

ନୂଆଦିଲ୍ଲୀ: ଦିନକୁ ଦିନ ଲୋକମାନଙ୍କ ମଧ୍ୟରେ ଘୃଣ୍ୟମାନସିକତା ବୃଦ୍ଧି ପାଇବାରେ ଲାଗିଛି । ପୋଲାଣ୍ଡରୁ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଟସ୍ ପକାଇ କଲା ହତ୍ୟା-  ହତ୍ୟା କରିବ କି ନାହିଁ ଏହାର ନିଷ୍ପତ୍ତି କଏନ ଟସ ପକାଇଥିଲା । ଏହାପରେ ମୃତଦେହ ସହିତ ଦୁଷ୍କର୍ମ କରିଥିଲା ।

18 ବର୍ଷୀୟ ଯୁବତୀଙ୍କ ସହିତ ଏଭଳି ଘଟିଥିବା ବେଳେ ଏନେଇ ହତ୍ୟାକାରୀ ସ୍ବୀକାର ମଧ୍ୟ କରିଛି । ହତ୍ୟାକାରୀର ନାମ ମାଟୁଏସଜ୍ ହେପା ।

ପ୍ରଥମେ ହୋଇଥିଲା ବନ୍ଧୁତା- ଖବର ଅନୁସାରେ, ଓ୍ବିକ୍ଟୋରିଆ ଏକ ପାର୍ଟିରୁ ଫେରୁଥିଲେ । ଏହି ସମୟରେ ବସରେ ହେପା ସହିତ ବନ୍ଧୁତା ହୋଇଥିଲା । ଏହାପରେ ହେପା ତାଙ୍କୁ ନିଜ ଘରକୁ ଡ଼ାକିଥିଲେ  ସେଠାରେ ନିଜେ ଟସ୍ ପକାଇ ତାଙ୍କୁ ହତ୍ୟା କରିଥିଲେ ।

ଏତିକିରେ ମଧ୍ୟ ତାଙ୍କ ମନ ବୁଝିନଥିଲା । ହେପା ମୃତଦେହ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ବର୍ତ୍ତମାନ ହେପାକୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ତେବେ ଯଦି ଟେଲ୍ ପଡିଥାନ୍ତା ତାଙ୍କ ଜୀବନ ଆଜି ବଞ୍ଚିଥାନ୍ତା ବୋଲି ହତ୍ୟାକାରୀ କହିଛି । ଦ ଡାଇସ ମ୍ୟାନ ଭଳି ହତ୍ୟା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।