fbpx

ଲାଞ୍ଚ ନେଇ ମହିଳା ପ୍ରିନ୍ସପାଲ ଗିରଫ

କଣ୍ଟାବାଞ୍ଜି,୧୮ ।୧(ଓଡିଶା ଭାସ୍କର): ଟଙ୍କା ଲାଞ୍ଚ ନେଇ କଲେଜ ପ୍ରିନ୍ସପାଲ ଗିରଫ । ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ମିନତୀ ରଥଙ୍କୁ ଗିରଫ କରିଛି ଭିଜିଲାନ୍ସ । ଲାଇବ୍ରେରୀଆନଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ମିନତୀ । ଛୁଟିରେ ଥିବାରୁ କାଗଜପତ୍ର ଟିକ୍ କରାଇଦେବାକୁ ଲାଞ୍ଚ ନେଉଥିଲେ ପ୍ରିନ୍ସପାଲ । ଲାଇବ୍ରେରୀଆନଠାରୁ ଲାଞ୍ଚ ନେଉଥିବା ବେଳେ ହିଁ ଧରିପକାଇଲା ଭିଜିଲାନ୍ସ ।ଏନେଇ ମିନତୀଙ୍କୁ ଗିରଫ କରିବା ପରେ ଘଟଣାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

Get real time updates directly on you device, subscribe now.