fbpx

ବିଚ୍ ରାସ୍ତାରେ ଯୁବତୀଙ୍କ ସହ ଭିଡ଼ିଗଲେ ସୁରକ୍ଷାକର୍ମୀ, ଭାଇରାଲ ହେଲା ଭିଡିଓ…

ନୂଆଦିଲ୍ଲୀ: ଦେଶର ଜନ ସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ସରକାର ବିଭିନ୍ନ ବିଭାଗରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଛନ୍ତି । କିନ୍ତୁ ଏହି ସୁରକ୍ଷା କର୍ମଚାରୀମାନେ ଯଦି ସୁରକ୍ଷା ଦେବା ବଦଳରେ ଜନ ସାଧାରଣଙ୍କ ବିପଦର କାରଣ ସାଜନ୍ତି ତେବେ ଜନ ସାଧାରଣ କାହା ଉପରେ ଭରସା କରିବେ । ଏହିପରି ଜଣେ ସୁରକ୍ଷା କର୍ମୀଙ୍କ ଉଗ୍ର ରୂପ ଦେଖିବାକୁ ମିଳିଛି ଏକ ଭିଡିଓରେ । କିପରି ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ସେ ନିଜେ ଆଇନକୁ ହାତକୁ ନେଇଛନ୍ତି ତାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ବାରଣାସୀ କାଶୀର ନମୋ ଘାଟ ନିକଟରେ ଜଣେ ଯୁବତୀ ଏବଂ ମହିଳା ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଯୁବତୀଙ୍କ ସହ ମହିଳା ସୁରକ୍ଷା କର୍ମୀ ଗଣ୍ଡଗୋଳ କରୁଥିବାର ଦୃଶ୍ୟ କଏଦ ହୋଇଛି । ସେହିପରି ଭିଡିରେ ଦେଖାଯାଉଥିବା ଅନ୍ୟ ମହିଳା ସୁରକ୍ଷାକର୍ମୀମାନେ ଗଣ୍ଡଗୋଳକୁ ରୋକିବା ପରିବର୍ତ୍ତେ ଘଟଣାକୁ ଦେଖୁଥିବାର ନଜର ଆସିଛନ୍ତି ।

ଯୁବତୀ ଜଣକ ଜଣେ ଯୁବକଙ୍କ ସହିତ ଘଟଣାସ୍ଥଳକୁ ଆସିଥିଲେ । ମାରପିଟ୍ ହେଉଥିବା ସମୟରେ ଯୁବକ ଜଣକ ଯୁବତୀଙ୍କୁ ଉଠାଇବା ପାଇଁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି ଏହି ଭିଡିଓରେ । କିନ୍ତୁ ସୁରକ୍ଷା କର୍ମୀମାନେ ନିଜ ମହିଳା ସାଥିକୁ ଗଣ୍ଡଗୋଳରୁ ରୋକିବା ପରିବର୍ତ୍ତେ ମାରପିଟ କରିବା ପାଇଁ ପ୍ରବତ୍ତାଉଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏହି ଭିଡିଓ । ସେପଟେ ବାରଣାସୀର ସିଜିଏମ ଡା. ଡି ବାସୁଦେବନ ଭିଡିଓକୁ ନେଇ ପଚରାଉଚୁରା କରାଯିବ ବୋଲି ସୂଚନା ଦେଇଛନ୍ତି । ସେହିପରି ସୁରକ୍ଷା କର୍ମୀମାନେ ଜନ ସାଧାରଣଙ୍କୁ ଏପରି ମାରପିଟ କରିବା ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ଶ୍ରୀ ବାସୁଦେବନ ।

Get real time updates directly on you device, subscribe now.