ଶିକ୍ଷା ମନ୍ଦିରରେ ଅଶ୍ଲୀଳତାର ସୀମା ପାର୍, ଶିକ୍ଷୟିତ୍ରୀଙ୍କ କାନ୍ଧରେ ହାତ ପକାଇ ଶିକ୍ଷକ କରୁଥିଲେ…CCTVରୁ ସାମ୍ନାକୁ ଆସିଲା ପୁରା ଫିଲ୍ମ
ସ୍କୁଲରେ ଅଶ୍ଲୀଳତା । ମହିଳା ଶିକ୍ଷୟିତ୍ରୀଙ୍କ ଭିଡିଓ ଭାଇରାଲ ପରେ ଆକ୍ସନ ମୋଡ଼ରେ ଶିକ୍ଷା ବିଭାଗ ।
ନୂଆଦିଲ୍ଲୀ: ଦୁଇଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆପତ୍ତିଜନକ ଅବସ୍ଥାରେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ବେଡରୁମରେ ନୁହେଁ ବରଂ ସ୍କୁଲରୁ ସାମ୍ନାକୁ ଆସିଛି ଏହି ଘଟଣା । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଦୁହିଁଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣା ରାଜସ୍ଥାନର ଏକ ସ୍କୁଲର ବୋଲି ଜଣାପଡିଛି ।
ଅଶ୍ଲୀଳତା କରୁଥିଲେ ଶିକ୍ଷକ- ଜଣେ ପୁରୁଷ ଏବଂ ମହିଳା ଶିକ୍ଷୟିତ୍ରୀ ସ୍କୁଲ ପରିସରରେ ଏକ ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ଥିବା ବେଳେ କ୍ୟାମେରାରେ ଧରାପଡ଼ିଛନ୍ତି । ସେମାନେ ପରସ୍ପରକୁ ଚୁମ୍ବନ କରୁଥିବା ମଧ୍ୟ ଦେଖାଯାଇଛି ।
ଧରାଇଦେଲା କ୍ୟାମେରା- ରାଜସ୍ଥାନର ଚିତ୍ତୋରଗଡ଼ର ଏକ ଶିକ୍ଷାନୁଷ୍ଠାନରୁ ଏହି ଘଟଣା ସାମ୍ନାକୁ ଆସିଛି । ଷ୍ଟାଫ୍ ରୁମରେ ଲାଗିଥିବା ସିସିଟିଭି କ୍ୟାମେରା ଦୁଇ ଶିକ୍ଷକଙ୍କ ଦ୍ୱାରା କରାଯାଇଥିବା ଅନୁପଯୁକ୍ତ କାର୍ଯ୍ୟକୁ ରେକର୍ଡ କରିଛି । ଶିକ୍ଷା ମନ୍ଦିରରେ ଏଭଳି ଅଶ୍ଲୀଳ କାର୍ଯ୍ୟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ବର୍ତ୍ତମାନ ସୁଦ୍ଧା ଭିଡିଓର ସତ୍ୟାସତ୍ୟ ଜଣାପଡି ନାହିଁ । କିନ୍ତୁ ଖବର ପ୍ରସାର ହେବା ପରେ ଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି । ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଶିକ୍ଷକ ଏଭଳି ହେଲେ ଛାତ୍ରଛାତ୍ରୀ କଣ ଶିଖିବେ ବୋଲି କୁହାଯାଇଛି ।