ଆଜି ଅଜ ଏକାଦଶୀ, କରନ୍ତୁ ତୁଳସୀ ସହ ଜଡ଼ିତ ଏହି ୫ଟି ଉପାୟ, ଘରକୁ ଆସିବେ ଲକ୍ଷ୍ମୀ ମାଆ
ଅଜ ଏକାଦଶୀରେ କରନ୍ତୁ ତୁଳସୀ ସହ ଜଡ଼ିତ ଏହି ୫ ଉପାୟ, ଘରକୁ ଆପେ ଆପେ ଆସିବେ ଧନର ଦେବୀ
ଓଡ଼ିଶା ଭାସ୍କର: ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ଉପାସନା ପାଇଁ ଖୁବ ଖାସ୍ ଦିନ। ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ବିଷ୍ଣୁଙ୍କର ପୂଜା ଏବଂ ବ୍ରତ କରାଯାଇ ପୂର୍ବ ଏବଂ ଏ ଜନ୍ମର ପାପକୁ ନାଶ କରାଯାଇଥାଏ ଏବଂ ମୃତ୍ୟୁପରାନ୍ତ ବୈକୁଣ୍ଠ ଧାମର ପ୍ରାପ୍ତି ହୋଇଥାଏ।
ଗୋଟିଏ ବର୍ଷରେ ୨୪ଟି ଏକାଦଶୀ ଏବଂ ମାସରେ ୨ଟି ଏକାଦଶୀ ପଡ଼ିଥାଏ। ଏଥିରେ ଭାଦ୍ରବ ମାସର କୃଷ୍ଣ ପକ୍ଷ ତିଥିରେ ଏକାଦଶୀକୁ ଅଜ ଏକାଦଶୀ ପଡ଼ିଥାଏ।
ଏହି ଦିନ ଭଗବାନ ବିଷ୍ଣୁ ଏବଂ ମାଆ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ଭଗବାନ ବିଷ୍ଣୁଙ୍କ ପୂଜା, ଭଜନ-କୀର୍ତ୍ତନ ଏବଂ କଥା ଶ୍ରବଣରେ ମନ ଶୁଦ୍ଧ ଏବଂ ଶାନ୍ତି ମିଳିଥାଏ।
ଅଜ ଏକାଦଶୀ ବ୍ରତରେ କେବଳ ପାପର ନାଶ ହୋଇନଥାଏ, ବରଂ ମାଆ ଲକ୍ଷ୍ମୀ ଭକ୍ତଙ୍କ ଘରେ ସ୍ୱୟଂ ବାସ କରନ୍ତି। ତେବେ ଆସନ୍ତୁ ଜାଣିବା ତୁଳସୀ ପତ୍ରର ଉପାୟ..
ଜଳ ଅର୍ପଣ: ଅଜ ଏକାଦଶୀ ଦିନ ସକାଳୁ ସ୍ନାନ କରି ସଫା ବସ୍ତ୍ର ପିନ୍ଧି ତୁଳସୀ ମୂଳରେ ପାଣିରେ ଗଙ୍ଗାଜଳ ମିଶାଇ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଘରେ ସୁଖ-ଶାନ୍ତି ବଢିଥାଏ।
ଭଗବାନ ବିଷ୍ଣୁଙ୍କ ଭୋଗରେ ତୁଳସୀ: ପୂଜା କରିବା ସମୟରେ ଭଗବାନ ବିଷ୍ଣୁଙ୍କୁ ଭୋଗ ଲଗାନ୍ତୁ ଏବଂ ଏଥିରେ ତୁଳସୀ ପତ୍ର ନିଶ୍ଚିତ ଭାବେ ପକାନ୍ତୁ। ବିଷ୍ଣୁ ଅତି ପ୍ରସନ୍ନ ହୋଇ ସମସ୍ତଙ୍କର ପାପର ବିନାଶ କରିଥାଆନ୍ତି।
ତୁଳସୀ ମନ୍ତ୍ରର ଜପ: ପୂଜା କରିବା ସମୟରେ ଚଉରା ମୂଳେ ବସି ‘ଓଁ ନମୋ ଭଗବତେ ବାସୁଦେବାୟ’ ଏବଂ ‘ଓଁ ନମୋ ନାରାୟଣାୟ’ ମନ୍ତ୍ର ଜପ କରିବା ଆବଶ୍ୟକ। ଏହା କରିବା ଦ୍ୱାରା ଭକ୍ତଜନଙ୍କ ଘରେ ସୁଖ-ଶାନ୍ତି ଆସିଥାଏ।
ତୁଳସୀ ମାଳା: ପୂଜା କରିବା ସମୟରେ ଗଳାରେ ତୁଳସୀ ମାଳା ଅବଶ୍ୟ ପକାନ୍ତୁ। କଣ୍ଠକୁ ସ୍ପର୍ଶ କରୁଥିବା ତୁଳସୀ ମାଳା ସହ ଭଗବାନ ବିଷ୍ଣୁଙ୍କ ଉପାସନାରେ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ।
ଦୀପ ଜଳାନ୍ତୁ: ସଂଧ୍ୟା ସମୟରେ ତୁଳସୀ ମୂଳରେ ଗୁଆ ଘିଅର ଦୀପ ଅବଶ୍ୟ ଜଳାନ୍ତୁ। ଏହି ଉପାୟ କରିବା ଦ୍ୱାରା ଘରେ ନେଗେଟିଭ ଏନର୍ଜୀ ଦୂର ହୋଇଥାଏ ଏବଂ ଘରେ ମାଆ ଲକ୍ଷ୍ମୀଙ୍କ ସହ ଶୁଭ ଆଗମନ ହୋଇଥାଏ।