ଆଜି ଦେବଶୟନୀ ଏକାଦଶୀ; ପାଠ କରନ୍ତୁ ଏହି ଶ୍ଳୋକ, ମିଳିବ ଭଗବାନ ବିଷ୍ଣୁଙ୍କ କୃପା

ଆଜି ଦେବଶୟନୀ ଏକାଦଶୀ ପାଳନ କରାଯାଉଛି, ଆଜି ବହୁ ସଂଖ୍ୟକ ବିଷ୍ଣୁ ଭକ୍ତ ଏକାଦଶୀ ଉପବାସ କରୁଛନ୍ତି। ଦେବଶୟନୀ ଏକାଦଶୀ ଉପବାସ ରଖିବା ଦ୍ୱାରା ବ୍ୟକ୍ତିର ସମସ୍ତ କଷ୍ଟ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ।

ଓଡ଼ିଶା ଭାସ୍କର: ଆଜି 6 ଜୁଲାଇ 2025, ଆଷାଢ଼ ମାସର ଶୁକ୍ଳ ପକ୍ଷର ଏକାଦଶୀ ପାଳନ କରାଯାଉଛି । ଏହାକୁ ଦେବଶୟନୀ କିମ୍ବା ହରିଶୟନୀ ଏକାଦଶୀ ମଧ୍ୟ କୁହାଯାଏ । କାରଣ ଏହି ତିଥି ପରେ, ଭଗବାନ ବିଷ୍ଣୁ 4 ମାସ ପାଇଁ ଗଭୀର ଯୋଗ ନିଦ୍ରାରେ ଯିବେ। ଏହି ଅବଧିକୁ ଚତୁର୍ମାସ କୁହାଯାଏ। ଚତୁର୍ମାସ ସମୟରେ ବିବାହ, ମୁଣ୍ଡନ ଭଳି ଶୁଭ କାର୍ଯ୍ୟ କରାଯାଏ ନାହିଁ। ଏହି ତିଥିରେ ଭକ୍ତିଭାବ ଏବଂ ଶ୍ରଦ୍ଧାର ସହିତ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ଇଚ୍ଛା ମନେକାମନା ପୂରଣ ହୁଏ ବୋଲି ବିଶ୍ୱାସ କରାଯାଏ।

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଷାଢ଼ ମାସ ଶୁକ୍ଳ ପକ୍ଷର ଏକାଦଶୀ ତିଥି 5 ଜୁଲାଇ ସନ୍ଧ୍ୟା 6.58 ରେ ଆରମ୍ଭ ହୋଇଛି, 6 ଜୁଲାଇ ଅର୍ଥାତ ଆଜି ରାତି 9.14 ପର୍ଯ୍ୟନ୍ତ ରହିବ।

ପରାଣ ସମୟ

ଧାର୍ମିକ ଗ୍ରନ୍ଥଗୁଡ଼ିକରେ ଦ୍ୱାଦଶୀ ତିଥିରେ ଦେବଶୟନୀ ଏକାଦଶୀର ଉପବାସ ଭାଙ୍ଗିବାକୁ ଭଲ ବୋଲି ବିବେଚନା କରାଯାଇଛି। ଏପରି ପରିସ୍ଥିତିରେ, ଏହାର ପରାଣ ସମୟ 7 ଜୁଲାଇରେ କରାଯିବା ଉଚିତ। ଏହି ଉପବାସର ଶୁଭ ସମୟ ସକାଳ 5.29 ରୁ 8.16 ପର୍ଯ୍ୟନ୍ତ ରହିବ।

ପୂଜା ପଦ୍ଧତି ବା ବିଦ୍ଧି

ପ୍ରଥମେ ସକାଳୁ ସ୍ନାନ ଇତ୍ୟାଦି କରନ୍ତୁ । ତାପରେ ଏକାଦଶୀ ବ୍ରତର ସଙ୍କଳ୍ପ ନିଅନ୍ତୁ। ଏବେ ଏକ ଛୋଟ ଚୌକି ନିଅନ୍ତୁ, ତା’ ଉପରେ ଏକ ହଳଦିଆ କପଡା ବିଛାଇ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ଯଦି ସମ୍ଭବ ହୁଏ, ତେବେ ଶାଳଗ୍ରାମ ମଧ୍ୟ ରଖନ୍ତୁ। ତା’ପରେ ଗଙ୍ଗାଜଳ ଛିଞ୍ଚନ୍ତୁ। ଆପଣଙ୍କୁ କହି ରଖୁଛୁ ଯେ, ଆଜି ଭଗବାନ ହରିଙ୍କୁ ଷୋଡ଼ଶୋଉପଚାର ବିଦ୍ଧିରେ ପୂଜା କରାଯାଏ, ତେଣୁ ଏହି ପଦ୍ଧତି କରନ୍ତୁ। ଶାଳଗ୍ରାମକୁ ପଞ୍ଚାମୃତରେ ଅଭିଷେକ କରନ୍ତୁ ଏବଂ ତା’ପରେ ହଳଦିଆ ଫୁଲ, ତୁଳସୀ ଏବଂ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ। ଏହା ପରେ ଭଗବାନ ବିଷ୍ଣୁଙ୍କୁ ଚନ୍ଦନ ଏବଂ ଅକ୍ଷତ ଅର୍ପଣ କରିବା ପରେ ଗାଇ ଘିଅରେ ଏକ ଦୀପ ଜାଳନ୍ତୁ । ଦୀପ ଜାଳିବା ପରେ, ଏକାଦଶୀଙ୍କ ବ୍ରତର କଥା ପଢନ୍ତୁ କିମ୍ବା ଶୁଣନ୍ତୁ । ତା’ପରେ ବିଷ୍ଣୁ ଚାଲିସା କିମ୍ବା ବିଷ୍ଣୁ ସହସ୍ତ୍ରନାମ ପାଠ କରିବା ପରେ ଆରତୀ କରନ୍ତୁ ।

ଏହା ପରେ ସନ୍ଧ୍ୟାରେ ଭଗବାନ ବିଷ୍ଣୁଙ୍କ ଆରତୀ କରନ୍ତୁ ଏବଂ ରାତିସାରା ଭଜନ ଏବଂ କୀର୍ତ୍ତନ ଗାନ କରି ଭଗବାନଙ୍କ ଧ୍ୟାନ କରନ୍ତୁ । ଏହା ପରଦିନ ପାରଣ କରନ୍ତୁ ଏବଂ ଗରିବ ଏବଂ ଅଭାବୀ ଲୋକଙ୍କୁ ଖାଦ୍ୟ ବାଣ୍ଟନ୍ତୁ ।

ଦେବଶାୟନୀ ଏକାଦଶୀ ମନ୍ତ୍ର

 “ଶାନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶଂ

ବିଶ୍ୱାଧାରଂ ଗଗନସଦ୍ରିଶଂ ମେଘବର୍ଣ୍ଣମ୍ ଶୁଭାଙ୍ଗମ୍ ।

ଲକ୍ଷ୍ମୀକାନ୍ତଂ କମଲନୟନଂ ଯୋଗୀଭୀର୍ଦ୍ଧ୍ୟାନଗମ୍ୟମ୍

ବନ୍ଦେ ବିଷ୍ଣୁ ଭବଭୟହରଂ ସର୍ବଲୋକୈକନାଥମ୍”।।

“ଓଁ ନମୋ ଭଗବତେ ବାସୁଦେବାୟ”

“ଶ୍ରୀ ବିଷ୍ଣବେ ନମଃ”