ଭୁବନେଶ୍ୱର : କିଛି ଦିନ ହେବ ମୌସୁମୀ ଦୁର୍ବଳ ହେଉଥିବା ଯୋଗୁଁ ତାଜ୍ୟର କୌଣସି ସ୍ଥାନରେ ମଧ୍ୟ ବର୍ଷା ନାହିଁ । ଅସହ୍ୟ ତାତି ଓ ଗୁଳିଘୁଳିରେ ସିଝି ଗଲେଣି ଲୋକେ । କିନ୍ତୁ ବର୍ତ୍ତମାନ ରାଜ୍ୟ ବାସୀଙ୍କ ପାଇଁ ଏକ ଖୁସି ଖବର । ଆସନ୍ତା ୨ ତାରିଖରୁ ପ୍ରବଳ ବର୍ଷିବ । ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ ।
ସୂଚନା ଅନୁସାରେ, ବଙ୍ଗୋପସାଗରର ଉତ୍ତେ-ପୂର୍ବ କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୨ ତାରିଖରୁ ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହେବ । ଆସନ୍ତା ୩ ତାରିଖ ପାଇଁ ୭ଟି ଜିଲ୍ଲା ଏବଂ ୪ ତାରିଖରେ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ହେବା ସହିତ ବିଜୁଳି ଓ ଘଡ଼ଘଡି ହେବାର ଆକଳନ କରାଯାଇଛି । ୪ ତାରିଖରେ ୯ଟି ଜିଲ୍ଲା ଯଥା କଟକ, ପୁରୀ, ଯାଜପୁର, ଢେଙ୍କାନାଳ, ମାଲକାନଗିରି, କେନ୍ଦ୍ରାପଡା, କେନ୍ଦୁଝର ଓ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପଟେ ଆକ୍ୟୁ ପାଣିପାଗ ବିଜ୍ଞାନୀ ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧିବ କତା ଆଗୁଆ ଆକଳନ କରାଯାଇଛି । ଏହାର ପ୍ରଭାବରେ ସେପ୍ଟେମ୍ବର ୦୧ ଠାରୁ ବର୍ଷା ଆରମ୍ଭ ହେବ ବୋଲି କୁହାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହେବାର ରେକର୍ଡ କରାଯାଇଛି । ଏହି ଲଘୁଚାପ ବଳରେ ଅଭାବୀ ବର୍ଷାର ଭରଣ ହୋଇଯିବ ବୋଲି ଆଶା କରାଯାଉଛି ।