(Video) ଅଶ୍ଳୀଳ ଭାଷାରେ କର୍ମଚାରୀଙ୍କୁ ଗାଳିଦେଲେ FIITJEE ର ଚେୟାରମ୍ୟାନ, ଦରମାକୁ ନେଇ ଚାଲିଥିଲା ଆଲୋଚନା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଫୋରମ ଫର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫିସିଆଲ ଜୁମ୍ ମିଟିଂ ଭିଡିଓ କଲ ସମୟରେ ନିଜ କର୍ମଚାରୀଙ୍କ ସହ ଖରାପ ବ୍ୟବହାର ଏବଂ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦିଆଯାଇଛି। FIITJEE କୋଚିଂ ସଂସ୍ଥାର ଛାତ୍ରଛାତ୍ରୀମାନେ ଆଇଆଇଟି-ଜେଇଇର ପ୍ରସ୍ତୁତି କରୁଛନ୍ତି। ଇନଷ୍ଟିଚ୍ୟୁଟ ନିଜ କର୍ମଚାରୀମାନଙ୍କୁ ଠିକ୍ ସମୟରେ ଦରମା ଦେଇନାହିଁ। ଅନେକ କର୍ମଚାରୀ କମ୍ପାନୀର ଟକ୍ସିକ ୱର୍କ କଲ୍ଚର ବିଷୟରେ ଆଲୋଚନା କରୁଥିଲେ।
ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏହାର ଫାଉଣ୍ଡର ଡିକେ ଗୋୟଲ ଏକ ଭର୍ଚୁଆଲ ମିଟିଂରେ ଭିନ୍ନ-ଭିନ୍ନ ସେଣ୍ଟର ମୁଖ୍ୟଙ୍କ ସହ ଆଲୋଚନ କରୁଥିବା ସମୟରେ ଅଶ୍ଳୀଳ ଭାଷାରେ ଗାଳି ଦେଉଥିଲେ।
ଏହି ଭିଡିଓଟି ସର୍ବପ୍ରଥମେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଦେଖିବାକୁ ମିଳୁଛି ଯେ, FIITJEE ର ଚେୟାରମ୍ୟାନ ଡିକେଙ୍କ ସହ ହେଉଥିବା ଏକ ଭର୍ଚୁଆଲ ମିଟିଂ ସମୟରେ ଗୋୟଲଙ୍କୁ ମୁମ୍ବଇ ଏବଂ ଠାଣେରୁ କିଏ ଏକ ପ୍ରଶ୍ନ କରିଥିଲେ ଯେ, FIITJEE Edfora ଅଶାନ୍ତି ସମୟରେ ଅନ୍ୟ ଆଡଟେକ ଇଣ୍ଡଷ୍ଟ୍ରୀରେ ୧୪୨ର ନିବେଶ କରିଛି।
ସେହି ସମୟରେ ଡିକେ ଗୋୟଲ ରାଗିଯାଇ କହିଛନ୍ତି, ‘ବେକାର ଲୋକେ.. ଏମାନେ କି କଥା ହେଉଛନ୍ତି? ତୁମେ ନିଜ ବାପାଙ୍କ ନାମ ଜାଣିଛ, ଯିଏ ଏହା ଲେଖିଛି? ଘରକୁ ଯାଇ ନିଜ ମାଆଙ୍କୁ ପଚାର, ତୁମ ବାପା କିଏ। ବେକାରିଆ ଲୋକେ, ତୁମେ ଅଦାନୀଙ୍କୁ କାହିଁକି ଏତେ ଟଙ୍କା ନିବେଶ କରିବା ବିଷୟରେ ପଚରାରୁନାହାନ୍ତି?’
ଗୋୟଲଙ୍କୁ ସେହି ବ୍ୟକ୍ତିଙ୍କୁ ‘କମିନା’ କହୁଥିବା ଶୁଣିବାକୁ ମିଳିଛି। ଏହାପରେ ସେ ବଡ଼ପାଟିକରି କହିଛନ୍ତି, ‘ଯଦି ତୁମେ ନିଜ ବାପା ଛୁଆ ହୋଇଛ, ତେବେ ପ୍ରମାଣିତ କର ଯେ, ଏହି ଆଡଫୋରା ୧୪୨ କୋଟି ଇନଭେଷ୍ଟ କରିଛି, ଯଦି ତୁମେ ନିଜ ବାପା ଛୁଆ ହୋଇଛ ତେବେ।’
ଭିଡିଓର ଶେଷରେ ଗୋୟଲ କହିଛନ୍ତି ଯେ, ତୁମ ମାଆ ରେଡ ଲାଇଟ ଏରିଆରୁ ଆସିଛନ୍ତି। ଯାଆ, ଯାଇକି କୋର୍ଟରେ ମୋ ନାମରେ ଅଭିଯୋଗ କର, ମୁଁ ଏମିତି କହିଛି। ଗୋଟିଏ ମଣିଷର ସହନଶୀଳତାର ସୀମା ଥାଏ।
Abusive-Kalesh during Zoom Meeting (Fiitjee chairman abusing the employees during meeting)
pic.twitter.com/SJBzz1zhly— Ghar Ke Kalesh (@gharkekalesh) December 9, 2024