fbpx

ତାଉକ୍ତେ ପ୍ରଭାବ: ଭାଙ୍ଗିଲା ମଇଦାନ, ଟାଇଗର-୩, ଗାଙ୍ଗୁବାଇ କାଥିଆୱାଡି ଫିଲ୍ମ ସେଟ

Advertisement

ମୁମ୍ବାଇ: ବାତ୍ୟା ତାଉକ୍ତେ ମୁମ୍ବାଇ ଉପରେ ଛାଡିଯାଇଛି ଏହାର ପ୍ରଭାବ । ତାଉକ୍ତେ ପ୍ରଭାବରେ ମୁମ୍ବାଇରେ ପ୍ରବଳ ବର୍ଷା ଓ ପବନ ବ୍ୟାପକ କ୍ଷତି କରିଛି । ଏହାର ପ୍ରଭାବରେ ଅନେକ ଘର, ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ଏପରି ସ୍ଥଳରେ ବାତ୍ୟା ତାଉକ୍ତେ ପ୍ରଭାବରେ ମୁମ୍ବାଇରେ ଥିବା ଫିଲ୍ମ ତଥା ସୋ ର ସୁଟିଂ ସେଟ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ ଗାଙ୍ଗୁବାଇ କାଥିଆୱାଡି, ସଲମାନଙ୍କ ଟାଇଗର ୩ ଏବଂ ବୋନି କପୁରଙ୍କ ମଇଦାନ ଫିଲ୍ମର ସୁଟିଂ ସେଟ କ୍ଷତିଗ୍ରସ୍ତ ହୋଇଛି ।

ଏହି ଫିଲ୍କ ସେଟ ଗୁଡିକ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲେ କାରଣ ଏଗୁଡ଼ିକ ଫିଲ୍ମ ସିଟି ଆରେ ମିଲ୍କ କଲୋନୀ ବାହାରେ ନିର୍ମିତ ହୋଇଥିଲା ଯାହା ଏକ ଜଙ୍ଗଲ ଅଞ୍ଚଳ । ଅବଶ୍ୟ ଲକଡାଊନ ଥିବାରୁ ସୁଟିଂ ସେଟରେ କେହିବି ଏଥିରେ ଆହତ ହୋଇନାହାଁନ୍ତି ।

ଅଜୟ ଦେଭଗନ ଅଭିନୀତ ଫିଲ୍ମ ମଇଦାନର ସୁଟିଂ ପାଇଁ ଏକ ବଡ଼ ଫୁଟବଲ ଷ୍ଟାଡିୟମର ସେଟ ତିଆରି କରାଯାଇଥିଲା, ତେବେ ଏହା ତାଉକ୍ତେ ପ୍ରଭାବରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଫିଲ୍ମର ଶେଷ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ସୁଟିଂ ହୋଇନଥିବାବେଳେ ଏବେ ବାତ୍ୟା ଯୋଗୁଁ ଆଉ ଏକ ସମସ୍ୟାର ସମ୍ମୁଖୀନ ହୋଇଛି ।
ସଞ୍ଜୟ ଲୀଲା ଭଂସାଲିଙ୍କ ଗାଙ୍ଗୁବାଇ କାଥିଆୱାଡି ପାଇଁ କେବଳ ଗୋଟିଏ ଦିନର ସୁଟିଂ ବାକିଥିବାବେଳେ ଲକଡାଉନ ଜାରି ହୋଇଥିଲା ଫଳରେ ଫିଲ୍ମର ସୁଟିଂ ଶେଷ ହୋଇପାରିନାହିଁ । ଏବେ ବାତ୍ୟା ଯୋଗୁଁ ହୋଇଥିବା କ୍ଷତିକୁ ନେଇ ନିର୍ମାତା ଫିଲ୍ମକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ନେଇ ଚିନ୍ତା ପ୍ରକାଶ କରିଛନ୍ତି । ତେବେ ଗାଙ୍ଗୁବାଇ କାଥିଆୱାଡି ର ସୁଟିଂ ସେଟକୁ ବାତ୍ୟା ପ୍ରଭାବରୁ ବର୍ତ୍ତିବା ପାଇଁ ଏହାକୁ ସିଟ ଦ୍ୱାରା ଘୋଡାଯାଇଥିଲା । ସୂଚନାଯୋଗ୍ୟ ଗାଙ୍ଗୁବାଇ କାଥିଆୱାଡି ଫିଲ୍ମରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

ସେହିଭଳି ସଲମାନଙ୍କ ଅଭିନୀତ ଫିଲ୍ମ ଟାଇଗର-୩ର ଗୋରେଗାଓଁ ଠାରେ ଥିବା ସୁଟିଂ ପ୍ରବଳ ପବନ ଏବଂ ବର୍ଷା ଯୋଗୁଁ ଆଂଶିକ ପ୍ରଭାବିତ ହୋଇଛି । ଫିଲ୍ମରେ ଦୁବାଇର ଏକ ନକଲ ତିଆରି କରାଯାଇଥିବା ଏକ ସେଟ ନଷ୍ଟ ହୋଇଛି ।ତେବେ ଲକଡାଉନ ହଟିବା ପରେ ଫିଲ୍ମର କର୍ମଚାରୀମାନେ ଏହାକୁ ମରାମତି କରିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.