fbpx

ଏହି ଦିନ ଖେଳାଯିବ IPL-2024ର ଫାଇନାଲ ମ୍ୟାଚ୍: ପ୍ରଥମ ମ୍ୟାଚରେ ଖେଳିବ ଚମ୍ପିଆନ୍ CSK

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPL ମହାସମର । ଏହାପୂର୍ବରୁ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର ସାମନାକୁ ଆସିଛି । ଟୁର୍ଣ୍ଣାମେଣ୍ଟର ସୂଚୀ ପ୍ରକାଶ ପାଇ ନଥିଲେ ମଧ୍ୟ ଏହାର ଫାଇନାଲ ମ୍ୟାଚ ପାଇଁ ତାରିଖ ଘୋଷଣା ହୋଇଯାଇଛି । ଚଳିତବର୍ଷ ଆଇପିଏଲ ମାର୍ଚ୍ଚ ୨୨ ତାରିଖରେ ଆରମ୍ଭ ହେଉଥିବା ବେଳେ ମେ’ ୨୬ ତାରିଖରେ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇପାରେ । ଆଜି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ସୂଚୀ ଆସିବ ବୋଲି ଅନୁମାନ କରାଯାଉଛି । ଏହାପରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଟୁର୍ଣ୍ଣାମେଣ୍ଟର ବାକି ପର୍ଯ୍ୟାୟର ସୂଚୀ ପ୍ରକାଶ ପାଇବ ।

ଚଳିତବର୍ଷ ଆଇପିଏଲର ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯିବ । ଏଥିପାଇଁ ଚେନ୍ନାଇ ଟୁର୍ଣ୍ଣାମେଣ୍ଟର ଓପନିଙ୍ଗ ସେରିମନି ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛି । ରିପୋର୍ଟ ଅନୁସାରେ, ଆଇପିଏଲ ଚେୟାରମ୍ୟାନ୍ ଅରୁଣ ସିଂହ ଧୁମଲ କହିଛନ୍ତି ଯେ, ଚେନ୍ନାଇ ଗ୍ରାଉଣ୍ଡରୁ ଆଇପିଏଲ-୨୦୨୪ ଲିଗ୍ ପର୍ଯ୍ୟାୟର ଶୁଭାରମ୍ଭ କରାଯିବ । ଆଜି ସନ୍ଧ୍ୟାରେ ଟୁର୍ଣ୍ଣାମେଣ୍ଟର ସିଡ୍ୟୁଲ ମଧ୍ୟ ଜାରି କରାଯିବ । ତେବେ ଚେନ୍ନାଇରେ ଓପନିଙ୍ଗ ସେରିମନୀ ହେବାକୁ ଥିବା ବେଳେ CSK ସିଇଓ କାଶୀ ବିଶ୍ୱନାଥନ୍ ଏହାକୁ ନେଇ ଖୁସି ଜାହିର କରିଛନ୍ତି ।

ତେବେ ପୂର୍ବବର୍ଷର ଦୁଇ ଫାଇନାଲିଷ୍ୟ ଦଳ ମଧ୍ୟରେ ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ ଖେଳାଯାଏ । ତେଣୁ ଚଳିତବର୍ଷ ଆଇପିଏଲ-୨୦୨୩ର ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳା ଯାଇପାରେ । ଏମିତି ହେଲେ, ଚେନ୍ନାଇ ନିଜ ହୋମ୍ ଗ୍ରାଉଣ୍ଡରୁ ନୂଆ ସିଜନର ଶୁଭାରମ୍ଭ କରିପାରେ । ତେବେ ଏ ନେଇ ଆଇପିଏଲ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଇନାହିଁ । ତେଣୁ ପ୍ରତ୍ୟେକ ଫ୍ୟାନ୍ସ ଆଇପିଏଲ ସିଡ୍ୟୁଲ ଅପେକ୍ଷାରେ ରହିଛନ୍ତି ।

Get real time updates directly on you device, subscribe now.