fbpx

ବାଟକୁ ଆସିଲେ ସୁର! ଶେଷରେ ଜିଦ୍ ଛାଡ଼ି ପିନ୍ଧିଲେ ମାସ୍କ, ମାନିଲେ କଟକଣା

ଭୁବନେଶ୍ୱର,୨୩ ।୪(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ସଂକ୍ରମଣ ବଢିବାର ଲାଗିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । କରୋନା କବଳରୁ ସେଲିବ୍ରିଟଠାରୁ ଆରମ୍ଭ କରି ନେତା ବନ୍ତ୍ରୀମାନେ ବି ବାଦ୍ ପଡୁନାହାନ୍ତି । ଏଭଳି ସମୟରେ କରୋନା ହେୟ ଜ୍ଞାନ କରୁଥିବା କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାଙ୍କ ମନରେ ପଶିଛି ଭୟର ଛନକା । ପୁର୍ବରୁ ମାସ୍କ ପିନ୍ଧିବାକୁ ସିଧା ସିଧା ମନା କରୁଥିବା ସୁର ରାଉତ ଶେଷରେ ମୁହଁରେ ମାସ୍କ ବାନ୍ଧି ରହୁଛନ୍ତି । ନିକଟରେ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଓ ଅନେକ ବରିଷ୍ଠ ଲୋକଙ୍କ ମୃତ୍ୟୁକୁ ନେଇ ସୁର ସତର୍କ ହୋଇଥିବା ଆଶଙ୍କା କରାଯାଉଛି ।

ତେବେ ପୂର୍ବରୁ ମାସ୍କ ପିନ୍ଧିବାକୁ ନେଇ ସୁରଙ୍କୁ ପଚାରିବାରୁ ସେ ଭିନ୍ନ ମତ ଦେଉଥିଲେ । ମାସ୍କ ପିନ୍ଧିବେ ନାହିଁ କିମ୍ବା ସରକାରଙ୍କ ନିୟମକୁ ମାନିବେ ନାହିଁ ବୋଲି ସେ କହୁଥିଲେ । ଅନେକ ସ୍ଥାନରେ ସୁରଙ୍କୁ ବିନା ମାସ୍କରେ ଦେଖିବାକୁ ମଧ୍ୟ ମିଳୁଥିଲା । ମାସ୍କ ପିନ୍ଧିଲେ ମନୋବଳ ଭାଙ୍ଗିଯିବ ବୋଲି କହି ମାସ୍କ ପିନ୍ଧିବେ ନାହିଁ ବୋଲି ସେ ଯୁକ୍ତି କରୁଥିଲେ ।

ତେବେ କରୋନା ଦ୍ୱିତୀୟ ଲହର ଲୋକଙ୍କ ମନରେ ପୁଣି ଥରେ ଭୟ ସୃଷ୍ଟି କରିଛି । ରାଜ୍ୟରେ ହୁ ହୁ ହୋଇ ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି ।ଆଜି ପୁଣି ୬୨୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୬୦୪ ଓ ସ୍ଥାନୀୟ ଅଞ୍ଚଳରୁ ୨୬୧୧ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୭୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ କଳାହାଣ୍ଡିର ଦୁଇଜଣ ଲେଖାଏଁ, ବାଲେଶ୍ୱର, ବଲାଙ୍ଗିର, କନ୍ଧମାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.