ନୂଆଦିଲ୍ଲୀ: ଗତ ଜୁନ ମାସ ୨୮ରୁ ୨୯ ମଧ୍ୟରେ ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ନନ ଆଇସିୟୁ ରୁମର ଦୈନିକ ଭଡ଼ା ୫ ହଜାରରୁ ଅଧିକ ହୋଇଥିବ ତା’ ଉପରେ ୫ ପ୍ରତିଶତ ଜିଏସଟି ଲାଗି ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା । ୧୮ ଜୁଲାଇରୁ ଏହି ଦାମ୍ ବଢ଼ିବା ନେଇ ସ୍ଥିର ହୋଇଥିଲା । ତେବେ ୧୮ ଜୁଲାଇ ପରେ ସ୍ଥିରୀକୃତ ହୋଇଥିବା କିଛି ସାମଗ୍ରୀର ଦାମରେ ପରିବର୍ତ୍ତନ ହୋଇଯାଇଛି ।
ଅଟା, ଚାଉଳ, ଡାଲି ବ୍ୟତୀତ ହସ୍ପିଟାଲ ବେଡ ବା ଆଇସିୟୁ ଉପରେ ଜିଏସଟିକୁ ନେଇ ଲୋକଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ସୂଚନା ଦେଇଛନ୍ତି । ହସ୍ପିଟାଲର ବେଡ ବା ଆଇସିୟୁ ଉପରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ । ଯେଉଁ ରୁମର ଦୈନିକ ଭଡ଼ା ୫ ହଜାର ହୋଇଥିବ ତା’ପରେ ଜିଏସଟି ଲାଗିବ ।
ଜୁଲାଇ ୧୮ରୁ ଦୈନିକ ୫ ହଜାର ଭଡ଼ା ବିଶିଷ୍ଟ ନନ୍ ଆଇସିୟୁ ରୁମ ଉପରେ ୫ ପ୍ରତିଶତ ଜିଏସଟି ଲାଗିବ ବୋଲି ପୂର୍ବରୁ କୁହାଯାଇଥିଲା । ମାତ୍ର ଏହାପରେ ଲଗାତର ଆଲୋଚନା ଜାରି ରହିଥିଲା । ତେଣୁ ଏନେଇ ଲୋକଙ୍କ କନଫ୍ୟୁଜନ୍ ଦୂର କରିବା ପାଇଁ ଅର୍ଥ ମନ୍ତ୍ରୀ ଟ୍ୱିଟ କରିଥିଲେ । ପୁଣି ଥରେ ଅର୍ଥମନ୍ତ୍ରୀ ଏନେଇ ସଫାଇ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ହେଲଥ କେୟାର ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ହସ୍ପିଟାଲ ଆସୋସିଏସନ ଓ ଅନ୍ୟ ଷ୍ଟକ ହୋଲଡର୍ସ ଲଗାତର ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି ।