(Video) ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ବଜେଟ୍ ଆଗତ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତିଙ୍କୁ ଭେଟି ଏଥିପାଇଁ ଅନୁମତି ମାଗିଛନ୍ତି।

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପହଞ୍ଚିଛନ୍ତି। ବଜେଟ୍ ଆଗତ ପୂର୍ବରୁ ସେ ରାଷ୍ଟ୍ରପତିଙ୍କୁ ଭେଟି ଏଥିପାଇଁ ଅନୁମତି ମାଗିଛନ୍ତି। ଦିନ ୧୧ଟାରେ ସଂସଦରେ ଉପସ୍ଥାପନ ହେବ ବଜେଟ। ଏହି ବଜେଟକୁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ପାରମ୍ପରିକ ‘ବହି ଖାତା’ ବଦଳରେ ଟ୍ୟାବ୍‌ରେ ସେ ବଜେଟ୍ ପଢିବେ। ଏହି ବଜେଟ୍ ମୋଦୀ ସରକାରଙ୍କର ତୃତୀୟ ପାଳିର ପ୍ରଥମ ବଜେଟ। ରାଷ୍ଟ୍ରପତି ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ତେବେ ବଜେଟ୍ ପୂର୍ବରୁ ସୀତାରମଣଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ପରମ୍ପରା ଅନୁଯାୟୀ, ମିଠା ଦହି ଖୁଆଉଛନ୍ତି।