fbpx

ରୁଷ ୟୁକ୍ରେନ ଯୁଦ୍ଧ: ୟୁରୋପ ଯିବେ ୪ କେନ୍ଦ୍ରମନ୍ତ୍ରୀ; ଅର୍ଥମନ୍ତ୍ରୀ କହିଲେ ବାଣିଜ୍ୟ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଲଗାତାର ପଞ୍ଚମ ଦିନରେ ପହଞ୍ଚିଛି ଯୁଦ୍ଧ । ଯାହାକୁ ନେଇ ଚିନ୍ତାରେ ବିଶ୍ୱର ଅନେକ ଦେଶ । ଭାରତ ମଧ୍ୟ ଯୁଦ୍ଧକୁ ନେଇ ଚିନ୍ତିତ । ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଯୁଦ୍ଧରେ ପ୍ରଭାବିତ ହୋଇଥିବା ବ୍ୟପାର ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ବିବୃତ୍ତି ରଖିବା ସହ ବାଣିଜ୍ୟ ଉପରେ ପଡ଼ୁଥିବା ପ୍ରଭାବ ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହି ଯୁଦ୍ଧ ଯୋଗୁଁ ରୁଷ ଏବଂ ୟୁକ୍ରେନ ସହ କୃଷି କ୍ଷେତ୍ରକୁ ନେଇ ଆମଦାନୀ ଏବଂ ରପ୍ତାନୀ ଉପରେ ପ୍ରଭାବ ପଡ଼ିଛି ।

ନିର୍ମଳା ସୀତାରମଣ କହିଛନ୍ତି ଯେ ଯୁଦ୍ଧକୁ ନେଇ ଦୁଇ ବିଷୟ ଉପରେ ଆମେ ଆଲୋଚନା କରାଯାଉଛି । ଆମେ ଆପାତକାଳୀନ ସ୍ଥିତି ଉପରେ ନଜର ରଖିଛୁ । ଅର୍ଥମନ୍ତ୍ରୀ କହିଛନ୍ତି ବିଭିନ୍ନ ମନ୍ତ୍ରାଳୟ ମାଧ୍ୟମରେ ପୂର୍ଣ୍ଣ ମୂଲ୍ୟାଙ୍କନ କରାଯିବ ଏହାପରେ ଟିପ୍ପଣୀ କରାଯାଇପାରିବ । ସେ ଆହୁରି କହିଛନ୍ତି ଏହାର ପ୍ରଭାବ ଆଗାମୀ ସମୟରେ ଆବଶ୍ୟକୀୟ ବସ୍ତୁ ଉପରେ ପଡ଼ିବ । କୃଷି କ୍ଷେତ୍ରରେ ବ୍ୟବହୃତ ହେଉଥିବା ଔଷଧର ରପ୍ତାନୀ ଏବଂ ଉର୍ବରକର ଆମଦାନୀକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି ।

ସେପଟେ ୟୁକ୍ରେନରେ ଜାରି ସଂକଟକୁ ନେଇ ଭାରତରେ ଘନଘନ ବୈଠକ କରାଯାଉଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ସୂଚନା ଅନୁଯାୟୀ ୪ କେନ୍ଦ୍ରମନ୍ତ୍ରୀଙ୍କୁ ୟୁରୋନ ଯିବେ ଫଳରେ ସେଠାରେ ଫସିଥିବା ଭାରତୀୟ ଛାତ୍ରଙ୍କ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ ହୋଇପାରିବ । ହରଦୀପ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରେନ ରିଜିଜୁ ଏବଂ ପୂର୍ବ ସ୍ଥଳସେନା ମୁଖ୍ୟ ଅଧ୍ୟକ୍ଷ ବିକେ ସିଂହଙ୍କୁ ପଠାଇବା ପାଇଁ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.