fbpx

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପିଏଫ୍ ସ୍କିମ୍ ପାଇଁ ୭.୧% ସୁଧ ହାର ଘୋଷଣା କଲା ଅର୍ଥ ମନ୍ତ୍ରଣାଳୟ

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଜିପିଏଫ୍ ଏବଂ ଅନ୍ୟାନ୍ୟ ପିଏଫ୍ ଯୋଜନାରେ ମିଳିବ ୭.୧ ସୁଧ ହାର। ଜୁଲାଇରୁ ସେପ୍ଟେମ୍ବର ତିନି ମାସ ପାଇଁ ୭.୧ ପ୍ରତିଶତ ସୁଧ ହାର ଘୋଷଣା କରିଛି ଅର୍ଥ ମନ୍ତ୍ରଣାଳୟ। ଜୁଲାଇ ୩ ତାରିଖରେ ଜାରି କରିଥିବା ଏକ ସର୍କୁଲାରରେ କହିଛି ଯେ, ୨୦୨୪-୨୦୨୫ ବର୍ଷ ରେ ସାଧାରଣ ଭବିଷ୍ୟନିଧି ପାଣ୍ଠି ଏବଂ ଅନ୍ୟାନ୍ୟ ସମାନ ପାଣ୍ଠିର ଗ୍ରାହକଙ୍କୁ ୭.୧ ପ୍ରତିଶତ ହାରରେ ସୁଧ ମିଳିବ। ଜୁଲାଇ ୧ ରୁ ଲାଗୁ ହେବ ଏହି ସୁଧ ହାର।

ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ଏହି ତିନି ମାସ ପାଇଁ ୭.୧ ପ୍ରତିଶତ ସୁଧ ହାର ମିଳିବ ସେଗୁଡ଼ିକ ହେଲା ସାଧାରଣ ଭବିଷ୍ୟନିଧି ପାଣ୍ଠି (କେନ୍ଦ୍ରୀୟ ସେବା), କଣ୍ଟ୍ରିବ୍ୟୁଟାରୀ ପ୍ରୋଭିଡେଣ୍ଟ ଫଣ୍ଡ (ଇଣ୍ଡିଆ), ସର୍ବଭାରତୀୟ ସେବା ଭବିଷ୍ୟନିଧି ପାଣ୍ଠି, ରାଜ୍ୟ ରେଳ ଭବିଷ୍ୟନିଧି ପାଣ୍ଠି, ସାଧାରଣ ଭବିଷ୍ୟନିଧି ପାଣ୍ଠି (ପ୍ରତିରକ୍ଷା ସେବା) ଏବଂ ଭାରତୀୟ ଅର୍ଡିନାନ୍ସ ବିଭାଗ ଭବିଷ୍ୟନିଧି ପାଣ୍ଠି। ଏହି ତିନି ମାସ ପାଇଁ କେନ୍ଦ୍ର ସରକାର କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡ଼ିକର ସୁଧ ହାର ଅପରିବର୍ତ୍ତିତ ରଖିଥିବା ବେଳେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (ଏସ୍ ସିଏସ୍ ଏସ୍ )ର ସୁଧ ହାର ୮.୨ ପ୍ରତିଶତ ରହିଥିବା ବେଳେ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍ଏସ୍ସି)ର ସୁଧ ହାର ୭.୭ ପ୍ରତିଶତ ରହିବ।

ସେପଟେ ଘରୋଇ ସାମଗ୍ରୀ ଓ ମୋବାଇଲ ଫୋନ୍ ଉପରେ ଜିଏସ୍ ଟି ଟିକସ ହାର ହ୍ରାସ କରିଛି ଫାଇନାନ୍ସ ମିନିଷ୍ଟ୍ରି। ପ୍ରତ୍ୟେକ ଘରକୁ ଖୁସି ଓ ଆଶ୍ୱସ୍ତି ଆଣିଛି ବୋଲି ଅର୍ଥ ମନ୍ତ୍ରାଳୟ କହିଛି।

Get real time updates directly on you device, subscribe now.