fbpx

ନିମ ଗଛର ପତ୍ରରେ କଣ ଔଷଧୀୟ ଗୁଣ ରହିଛି ଜାଣନ୍ତୁ

ନିମ ଗଛର ପତ୍ରରେ ବହୁତୁ ଔଷଧୀୟ ଗୁଣ   ଭରି ରହିଛି। ଏହା ପାଟିକୁ ଖୁବ୍‌ ପିତା ଲାଗୁଥିଲେ ମଧ୍ୟ ଶରୀର ପାଇଁ ଅନେକ ଉପକାରୀ ହୋଇଥାଏ। କେବଳ ନିମ ପତ୍ର ଯେ ନୁହଁ ଏହାର ଫୁଲ, ଛେଲି ଓ ଚେରରେ ମଧ୍ୟ ଅନେକ ଔଷଧୀୟ ଗୁଣ ଭରି ରହିଛି। ଆସନ୍ତୁ ଜାଣିବା କଣ  ଔଷଧୀୟ ଗୁଣ ରହିଛି।

ନିମ ପତ୍ର ଖାଇବା ଦ୍ୱାରା ଡାଇବେଟିସ୍‌ ଭଲ ନହେଲେ ମଧ୍ୟ ନିୟନ୍ତ୍ରଣରେ ରହିିଥାଏ।

କଅଁଳ ନିମ ପତ୍ର କିମ୍ବା ଫୁଲକୁ ଚୋବାଇ ଖାଇଲେ ପେଟର କୃମି  ଦୂର ହୋଇଥାଏ।

ନିମ ପତ୍ର ଓ ଫୁଲରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍ ଏବଂ ଆମିନୋଏସିଡ୍ ରହିଛି ଯାହା ଆମର ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ।

ନିମ ପତ୍ରକୁ ବାଟିକି ମୁଣ୍ଡରେ ଲଗାଇଲେ ରୂପି କମିବା ସହ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯାଏ।

ଯଦି ଆପଙ୍କର କୌଣସି ଚର୍ମ ରୋଗ ହୋଇଥାଏ ତେବେ ନିମ ପତ୍ର ସହ ହଳଦୀ ବାଟିକି ସେହି ପେଷ୍ଟକୁ ଲଗାନ୍ତୁ ଦେଖିବେ ଚର୍ମ ରୋଗ ଭଲ ହୋଇଯିବ।

Get real time updates directly on you device, subscribe now.