fbpx

ପୁଣି ବଢିଲା ଜରିମାନା: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩୧ ।୭(ଓଡିଶା ଭାସ୍କର): ଗୀତଗୋବିନ୍ଦ ସଦନରେ ଆଜି ରାଜ୍ୟର କରୋନା ଅପଡେଟ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ କହିଛନ୍ତି ଯେ, ଜୀବନ ବଞ୍ଚାଇବା ଓ ଭିତ୍ତିଭୂମି ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ ରହିଆସିଛି । ବର୍ତ୍ତମାନ ସ୍ଥିତିରେ ହଟସ୍ପଟ ଅଞ୍ଚଳରେ ବି ପଜିଟିଭ ହାର କମିଛି । ଆଗକୁ କଟକଣା କୋହଳ କରାଯିବ । ସୀମାରେ ବି କଟକଣା କରାଯିବ । ୧୦% ଅମାନିଆ ବାକି ୯୦% ଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି ।’

ଜରିମାନାକୁ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ‘ରାଜ୍ୟରେ ମାସ୍କ ଖିଲାପକାରୀଙ୍କ ପାଇଁ ବଢିଲା ଜରିମାନା ରାଶି । ବିବାହ ଉତ୍ସବରେ କୋଭିଡ ନିୟମ ଉଲ୍ଲଙ୍ଘନ କଲେ ୧୦ ହଜାର ଟଙ୍କାର ଜୋରିମାନା ଲାଗିବ । ନିୟମ ଭାଙ୍ଗିଲେ ଆଗକୁ ଏହି ଜରିମାନା ଆହୁରି ବଢିବ । ଦୋକାନରେ ସାମାଜିକ ଦୂରତା ଭଙ୍ଗ ହେଲେ ଦୋକାନ ସିଲ ହେବ । ପ୍ରଥମ ଥର ଖିଲାପ କଲେ ସପ୍ତାହେ ସିଲ ଓ ୧୦ ହଜାର ତଣ୍ଡ । ଏହା ପରେ ଖିଲାପ କଲେ ତଣ୍ଡ ସହ ମାସେ ଦୋକାନ ସିଲ ହେବ । ମାସ୍କ ନପିନ୍ଧିଲେ ପ୍ରଥମ ୨ ଥର ହଜାରେ ଟଙ୍କା ଆଦାୟ ହେବ । ଏହା ପରେ ନିୟମ ଉଲ୍ଲଙ୍ଘନ କଲେ ୫ ହଜାର ଟଙ୍କା ତଣ୍ଡ କରିବେ ଲୋକେ । ବିବାହ ଓ ଅନ୍ୟ ଉତ୍ସବରେ ଗହଳି କଲେ ୧୦ ହଜାର ଜରିମାନା ଲାଗିବ ଜରିମାନା ସଂପୃକ୍ତ ଅଞ୍ଚଳକୁ ସିଲ କରିବେ ସରକାର ।’

Get real time updates directly on you device, subscribe now.